ହ୍ଵାଟସ୍‌ଆପ୍‌ରେ ଭୁଲ୍‌ରେ ପଠାଯାଇଥିବା ମେସେଜ୍‌ ଡିଲିଟ୍‌ କରିହେବ

ନୂଆଦିଲ୍ଲୀ: ହ୍ଵାଟସ୍ଆପ୍‌ରେ ମେସେଜ୍‌ ପଠାଉଥିବା ଲୋକମାନ ଭଲ ଭାବେ ଜାଣିଥିବେ ଯେ ଥରେ କୌଣସି ମେସେଜ୍‌, ଫଟୋ କିମ୍ବା ଭିିଡିଓ କାହାକୁ ପଠାଇ ଦେବା ପରେ ଆଉ କିଛି କରାଯାଇପାରିବ ନାହିଁ। ବ୍ୟବହାରକାରୀମାନେ ଅନେକ ସମୟରେ ଭୁଲ ଲୋକଙ୍କୁ ଭୁଲ ମେସେଜ୍‌ ପଠାଇବା ପରେ କେବଳ ଚିନ୍ତା ହିଁ କରନ୍ତି। ଆଉ କିଛି କରିପାରନ୍ତି ନାହିଁ। ଏହା ଦ୍ୱାରା ଅନେକ ଲୋକ ଅପ୍ରୀତିକର ପରିସ୍ଥିତି ସାମ୍ନା କରିଥାନ୍ତି। କିନ୍ତୁ ହ୍ଵାଟସ୍‌ଆପ୍‌ ପକ୍ଷରୁ ଏବେ ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ବୈଶିଷ୍ଟ୍ୟକୁ ଉନ୍ମୋଚନ କରାଯାଇଛି। ଏହା ଜରିଆରେ ଲୋକମାନେ ପଠାଇଥିବା ମେସେଜ୍‌କୁ ଡିଲିଟ୍‌ କରିପାରିବେ। ଆଣ୍ଡ୍ରଏଡ୍‌, ଆଇଓଏସ୍‌ ଏବଂ ଓ୍ଵିଣ୍ଡୋଜ୍‌ ପ୍ଲାଟଫର୍ମରେ ଏହି ନୂଆ ବୈଶିଷ୍ଟ୍ୟ ଉପଲବ୍ଧ ହୋଇଛି। ଏହା ଜରିଆରେ ଲୋକମାନେ ଭୁଲରେ ପଠାଇ ଦେଇଥିବା ମେସେଜ୍‌କୁ ଡିଲିଟ୍‌ କରିପାରିବେ। ସେମାନେ ମେସେଜ୍‌ ପଠାଇବାର ସାତ ମିନିଟ୍‌ ଭିତରେ ତାହାକୁ ଡିଲିଟ୍‌ କରିବାର ସୁଯୋଗ ପାଇବେ। ଲୋକମାନେ ଟେକ୍ସଟ୍‌ ମେସେଜ୍‌ଠାରୁ ଆରମ୍ଭ କରି ଫଟୋ, ଭିଡିଓ, ଜିଆଇଏଫ୍‌ ଯାହା ବି କିଛି ପଠାଇଥିବେ ତାହାକୁ ଡିଲିଟ୍‌ କରିପାରିବେ। ଏହି ବୈଶିଷ୍ଟ୍ୟକୁ ବ୍ୟବହାର କରିବାକୁ ହେଲେ ଫୋନ୍‌ରେ ହ୍ଵାଟସ୍‌ଆପ୍‌ର ସଦ୍ୟତମ ଭର୍ସନ ଡାଉନ୍‌ଲୋଡ୍‌ କରିବା ଦରକାର। ଉଭୟ ଗ୍ରୁପ୍‌ ଏବଂ ବ୍ୟକ୍ତିଗତ ଚାଟିଂ ପାଇଁ ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌ ବୈଶିଷ୍ଟ୍ୟ ଲାଗୁ ହେବ। ଲୋକମାନେ ପଠାଇଥିବା ଯେଉଁ ମେସେଜ୍‌କୁ କେହି ପଢ଼ିନଥିବେ କିମ୍ବା ଦେଖି ନଥିବେ କେବଳ ସେଗୁଡ଼ିକୁ ଡିଲିଟ୍‌ କରାଯାଇପାରିବ।

ସମ୍ବନ୍ଧିତ ଖବର