ଡବ୍‌ଲ୍ୟୁଟିଓ: ଭାରତ ବିରୋଧରେ ଅନେକ ଦେଶ ଏକଜୁଟ

ନୂଆଦିଲ୍ଲୀ: ରପ୍ତାନି ଉପରେ ଭାରତ ପ୍ରଦାନ କରୁଥିବା ସବ୍‌ସିଡିକୁ ବିରୋଧ କରି ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍‌ଲ୍ୟୁଟିଓ)ାରେ ମାମଲା ଦାୟର କରିଥିଲା। ଆମେରିକାର ଏହି ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ତେଣୁ ଏହି ମାମଲାରେ ଭାରତର ପରାଜୟ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ମାମଲାରେ ବ୍ରାଜିଲ, କାନାଡା, ଜାପାନ, ଇଜିପ୍ଟ, କଜାଖସ୍ତାନ, ଦକ୍ଷିଣ ଆଫ୍ରିକା, ରୁଷିଆ, ଶ୍ରୀଲଙ୍କା, ତାଇଓ୍ଵାନ୍‌, ଥାଇଲ୍ୟାଣ୍ଡ୍‌ ଓ ୟୁରୋପୀୟ ସଂଘ ତୃତୀୟ ପକ୍ଷ ଭାବେ ଭାରତ ବିରୋଧରେ ମାମଲାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର