ସାଓମି ବଜାରକୁ ଆଣିଲା ଭେଣ୍ଡିଙ୍ଗ ମେସିନ, କାର୍ଡ ସ୍ବାଇପ କରନ୍ତୁ ଆଉ ମୋବାଇଲ ନିଅନ୍ତୁ 

ନୂଆଦିଲ୍ଲୀ: ମୋବାଇଲ ନିର୍ମାତା କମ୍ପାନୀ ସାଓମି ମୋବାଇଲ ଭେଣ୍ଡିଙ୍ଗ ମେସିନର ବଜାର ପ୍ରବେଶ କରାଇଛି। ପୂର୍ବରୁ ନିଜର ସ୍ମାର୍ଟଫୋନ ଓ ସ୍ମାର୍ଟଟିଭି ଦ୍ୱାରା ଇଲେକ୍ଟ୍ରୋନିକ୍ସ ମାର୍କେଟରେ ଚହଳ ପକାଇଥିବା ଏହି କମ୍ପାନୀ ଏବେ ପ୍ରଥମ ଥର ପାଇଁ ମୋବାଇଲ ଭେଣ୍ଡିଙ୍ଗ ମେସିନ ଲଞ୍ଚ କରାଇଛି । ଏହି ମେସିନ ଜରିଆରେ ଏଣିକି ମୋବାଇଲ ବିକ୍ରି କରାଯିବ । କାରଣ ଏହି ମେସିନର ବଡ ଫାଇଦା ଗ୍ରାହକଙ୍କୁ ମିଳିବାର ଅଛି | ସାଓମିର ଯେ କୌଣସି ଫୋନ କିଣିବାକୁ ଆଉ ଦୋକାନଙ୍କୁ ଯିବାକୁ ପଡିବ ନାହିଁ । ଗ୍ରାହକ ସିଧାସଳଖ ଭେଣ୍ଡିଙ୍ଗ ମେସିନରୁ ନିଜ ପସନ୍ଦର ମୋବାଇଲ କିଣିପାରିବେ । ତେବେ ଏଥିପାଇଁ କ୍ରେଡିଟ କାର୍ଡ, ଡେବିଟ କାର୍ଡ ବା ନଗଦ ଅର୍ଥ ଦେବାକୁ ପଡିବ ।
ଦିନକୁ ଦିନ ଆଣ୍ଡ୍ରଏଡ଼ ଫୋନ ବିକ୍ରି କରିବାର ରଣନୀତି ବଦଳାଇବାର ପ୍ରୟାସ କରିଛି ସାଓମି | ବଡ କଥା ହେଉଛି ଯେ ଏଥିରେ କୌଣସି ରିଟେଲର ବା ଡିଷ୍ଟ୍ରିବ୍ୟୁଟର ରହୁନଥିବାରୁ ଏମଆଇ ର ୱେବସାଇଟରେ ପ୍ରଦର୍ଶିତ ମୂଲ୍ୟରେ ଏହି ଫୋନ ମିଳିପାରିବ | ସାଓମି ପକ୍ଷରୁ ଏହି ମେସିନକୁ ମେଟ୍ରୋ ଷ୍ଟେସନ,ଏୟାରପୋର୍ଟସ ଓ ସପିଙ୍ଗ ମଲମାନଙ୍କରେ ରଖାଯିବ | କାରଣ ମୋବାଇଲ ଷ୍ଟୋର୍ସରୁ କିଣିଲେ କିଛି ଅଧିକ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିଲା । ଏହାକୁ ନଜରରେ ରଖି ତଥା ଅଧିକ ପ୍ରଡକ୍ଟ ବିକ୍ରି କରିବା ପାଇଁ ସାଓମି ପକ୍ଷରୁ ଏଭଳି ଯୋଜନା କରାଯାଇଥିବା ମୋବାଇଲ ବିଶେଷଜ୍ଞମାନେ କହିଛନ୍ତି |
ସମ୍ବନ୍ଧିତ ଖବର