ଭୁବନେଶ୍ବର: ସ୍ମାର୍ଟଫୋନ୍ ନିର୍ମାତା ଶାଓମି ଭାରତରେ ଫ୍ଳେକ୍ସ ଲିମିଟେଡ ସହିତ ସହଭାଗିତା କରି ଭାରତରେ ଏହାର ସପ୍ତମ ଉତ୍ପାଦନ କେନ୍ଦ୍ର ସହିତ ନୂଆ ‘ରେଡମି ଗୋ’ର ଶୁଭାରମ୍ଭ କରିଛି। ଏଥିରେ କ୍ବାଡକୋର୍ କ୍ବାଲକମ୍ ସ୍ନାପଡ୍ରାଗନ୍ ୪୨୫ ପ୍ରୋସେସର, ୧ଜିବି ରାମ୍, ପଛଭାଗରେ ୮ ମେଗାପିକ୍ସେଲ ଏବଂ ସମ୍ମୁଖ ଭାଗରେ ସେଲଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଉକ୍ତ ଫୋନରେ କମ୍ପାନି ୩୦୦୦ ଏମ୍ଏଏଚ୍ ବ୍ୟାଟେରି ପ୍ରଦାନ କରିଛି। ଗତ ୨୨ ତାରିଖରୁ ଏହି ଫୋନ ଏମଆଇ ଡଟ କମ, ଫ୍ଲିପକାର୍ଟ ଏବଂ ମାଇ ହୋମ୍ ଷ୍ଟୋର ଗୁଡ଼ିକରେ ଉପଲବ୍ଧ କରାଯାଇଛି।
ଭାରତରେ ଶାଓମିର ସପ୍ତମ ଉତ୍ପାଦନ କେନ୍ଦ୍ର
/sambad/media/post_attachments/wp-content/uploads/2019/03/xiomi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)