ଭାରତରେ ଶାଓମିର ସପ୍ତମ ଉତ୍ପାଦନ କେନ୍ଦ୍ର

ଭୁବନେଶ୍ବର: ସ୍ମାର୍ଟଫୋନ୍ ନିର୍ମାତା ଶାଓମି ଭାରତରେ ଫ୍ଳେକ୍ସ ଲିମିଟେଡ ସହିତ ସହଭାଗିତା କରି ଭାରତରେ ଏହାର ସପ୍ତମ ଉତ୍ପାଦନ କେନ୍ଦ୍ର ସହିତ ନୂଆ ‘ରେଡମି ଗୋ’ର ଶୁଭାରମ୍ଭ କରିଛି। ଏଥିରେ କ୍ବାଡକୋର୍ କ୍ବାଲକମ୍ ସ୍ନାପଡ୍ରାଗନ୍ ୪୨୫ ପ୍ରୋସେସର, ୧ଜିବି ରାମ୍, ପଛଭା‌ଗରେ ୮ ମେଗାପିକ୍ସେଲ ଏବଂ ସମ୍ମୁଖ ଭାଗରେ ସେଲଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଉକ୍ତ ଫୋନରେ କମ୍ପାନି ୩୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ପ୍ରଦାନ କରିଛି। ଗତ ୨୨ ତାରିଖରୁ ଏହି ଫୋନ ଏମଆଇ ଡଟ କମ, ଫ୍ଲିପକାର୍ଟ ଏବଂ ମାଇ ହୋମ୍ ଷ୍ଟୋର ଗୁଡ଼ିକରେ ଉପଲବ୍ଧ ‌କରାଯାଇଛି।

ସମ୍ବନ୍ଧିତ ଖବର