ଭାରତୀୟ ବଜାରରେ ଲଞ୍ଚ୍‌ ହେଲା ରେଡମି ନୋଟ-୫

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଛି । ଏଗୁଡ଼ିକର ନାଁ ହେଉଛି ରେଡମି ନୋଟ୍‌-୫ ଓ ରେଡମି ନୋଟ-୫ ପ୍ରୋ । ରେଡମି ନୋଟ-୫କୁ ରେଡମି ନୋଟ-୪ର ପରବର୍ତ୍ତି ମଡେଲ ବୋଲି କୁହାଯାଉଛି । ରେଡମି ନୋଟ-୫ର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ରେଡମି ନୋଟ-୫ ପ୍ରୋର ମୂଲ୍ୟ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଉଭୟ ସ୍ମାର୍ଟଫୋନ କେବଳ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।

ରେଡମି ନୋଟ-୫ ୫.୯୯ ଇଞ୍ଚ୍‌ ଫୁଲ ଏଚଡି ଡିସପ୍ଲେ, ସ୍ମଲ ବ୍ୟାଜେଲ୍‌ ସହ ଆସୁଛି । ଏହି ସ୍ମାର୍ଟଫୋନଟି ସ୍ନାପଡ୍ରାଗନ ୬୨୫ ଚିପସେଟ୍‌, ୩ଜିବି/୪ ଜିବି ର‍୍ୟାମ ଓ ୩୨ଜିବି/୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ସହ ଆସୁଛି । ଏହା ୧୨ ମେଗାପିକ୍ସେଲ ରିଅର କ୍ୟାମେରା ଓ ୫ ମେଗାପିକ୍ସେଲ ସେଲଫି କ୍ୟାମେରା ସହ ଆସୁଛି । ଫୋନର ପଛପାଖରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଓ ଏହା ୪୦୦୦ ଏମଏଚ ବ୍ୟାଟେରୀ ସହ ଆସୁଛି । ୩ଜିବି ର‍୍ୟାମ ଭାରିଆଣ୍ଟର ମୂଲ୍ୟ ୯୯୯୯ ଟଙ୍କା ଓ ୪ ଜିବି ଭାରିଆଣ୍ଟର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି । ଅନ୍ୟପକ୍ଷରେ ରେଡମି ନୋଟ-୫ ପ୍ରୋ ୪ଜିବି ଓ ୬ଜିବି ର‍୍ୟାମ ଭାରିଆଣ୍ଟରେ ଆସୁଛି । ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୩,୯୯୯ ଓ ୧୬,୯୯୯ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର