ଶାଓମି ନୂଆ ରେଡ୍‌ମି ନୋଟ୍‌ ୭ଏସ୍‌

ଭୁବନେଶ୍ବର: ଶାଓମି ପକ୍ଷରୁ ନୂଆ ରେଡ୍‌ମି ନୋଟ୍ ୭ଏସ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ ୪୮ ଏମ୍‌ପି କ୍ୟାମେରା ରହିଛି। ଏହା ବ୍ୟତୀତ ଫୋନ୍‌ରେ କ୍ବାଲକମ୍ ସ୍ନାପ୍‌ଡ୍ରାଗନ୍ ୬୬୦ ଏଆଇ ପ୍ରୋସେସର, କର୍ଣ୍ଣିଂ ଗରିଲା ଗ୍ଲାସ୍‌ ଏବଂ ଡଟ୍‌ ନଚ୍‌ ଡିସ୍‌ପ୍ଲେ ରହିଛି। ଏହାର ୩+୩୨ଜିବି ମଡେଲ୍‌ ୧୦,୯୯୯ ଟଙ୍କାରେ ଏବଂ ୪+୬୪ଜିବି ମଡେଲ୍‌ ୧୨,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏହା ସାଫିରେ ବ୍ଲୁ, ଓନିକ୍ସ ବ୍ଲାକ୍ ଓ ରୁବି ରେଡ୍‌ ଭଳି ରଙ୍ଗରେ ବିକ୍ରି ହେଉଛି। ଗ୍ରାହକମାନେ ଏହାକୁ ଉଭୟ ଅନଲାଇନ୍ ଓ ମୋବାଇଲ୍ ଷ୍ଟୋର୍‌ରୁ କିଣିପାରିବେ।

ସମ୍ବନ୍ଧିତ ଖବର