କବାଟ ଭଳି ଖୋଲିବ ସ୍ମାର୍ଟଫୋନ୍‌, ଗୋଟିଏ ସ୍କ୍ରିନରେ ଚାଲିବ ଭିଡ଼ିଓ ଓ ଅନ୍ୟଟିରେ ଆପ୍‌

ନୂଆଦିଲ୍ଲୀ: ଚୀନର ଏକ କମ୍ପାନି ଏଭଳି ଏକ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିଛି, ଯାହାକି କବାଟ ଭଳି ଖୋଲୁଛି। ଏଥିରେ ଖଞ୍ଜା ଯାଇଥିବା ଦୁଇଟି ସ୍କ୍ରିନ ମଧ୍ୟରୁ ପ୍ରଥମଟି ଭିଡ଼ିଓ ପାଇଁ ବ୍ୟବହାର କରାଯାଇ ପାରିବ। ସେହିଭଳି ଦ୍ୱିତୀୟ ସ୍କ୍ରିନରେ ଗ୍ରାହକ ଆପ୍‌ ବ୍ୟବହାର କରିପାରିବେ। ଯଦିଓ ଏହାକୁ ଫ୍ଲପ୍‌ ଫୋନ୍‌ କୁହାଯାଇ ପାରିବ, ତଥାପି ଏହାର ଉତ୍ପାଦନ ଓ କାର୍ଯ୍ୟ ଶୈଳୀ ଅଲଗା। ଚୀନ କମ୍ପାନି ‘ଜେଡ୍‌ଟିଇ’ ଦ୍ୱାରା ଏହି ମୋବାଇଲକୁ ପ୍ରସ୍ତୁତ କରାଯାଇଛି।

ହିଞ୍ଜ ମାଧ୍ୟମରେ ଉଭୟ ସ୍କ୍ରିନକୁ ଯୋଡ଼ାଯାଇଛି। ଏହି ସ୍ମାର୍ଟଫୋନ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଉଭୟ ସ୍କ୍ରିନ ମିଶି କୌଣସି କାମ କରିପାରିବ। ଏହି ଫୋନ୍‌ର ନାମ ‘ଆକ୍ସନ ଏମ୍‌’ ରଖାଯାଇଛି। ଏହା ଆଣ୍ଡ୍ରଏଡ ଓଏସ୍‌ରେ ଚାଲିଥାଏ।

ଏଥିରେ ୫.୨ ଏଚ୍‌ଡି ଡିସପ୍ଲେ ଲାଗିଥିବା ବେଳେ, କ୍ୱାଲକମ୍‌ ସ୍ନାପଡ୍ରାଗନ ୮୨୧ ପ୍ରୋସେସର ଲାଗିଛି। ଏହାର ଦ୍ୱିତୀୟ ସ୍କ୍ରିନରେ ୫.୨ଇଞ୍ଚର ଫୁଲ ଏଚ୍‌ଡି ରହିଛି। ଉଭୟକୁ ମିଶାଇ ୧୦ଇଞ୍ଚର ସ୍କ୍ରିନ ବ୍ୟବହାର କରି ହେବ। ଏଥିରେ ୪ଜିବି ର‍୍ୟାମ୍‌ ଓ ୨୦ ମେଗାପିକସେଲ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର