କର୍ଣ୍ଣାଟକ: ମା’କୁ ସମର୍ଥନ କରିବାରୁ ୧୮ ବର୍ଷୀୟ ଝିଅର ତଣ୍ଟିଚିପି ହତ୍ୟା କଲେ ବାପା

ମାଲାପ୍ପୁରମ: ବୁଧବାର ରାତିରେ ତେନ୍‌ହିପ୍ପାଲାମ ନିକଟବର୍ତ୍ତୀ ପେରୁଓ୍ଵାଲୁରୁ ଠାରେ ରାଗବଶତଃ ଜଣେ ବାପା ନିଜର ୧୮ ବର୍ଷୀୟ ଝିଅର ଗଳା ଚିପି ହତ୍ୟା କରିଛନ୍ତି। ଅନୈତିକ ସମ୍ପର୍କ ଯୋଗୁଁ ବାପା ମାଆଙ୍କ ମଧ୍ୟରେ ଉପୁଜୁ ଥିବା ବିବାଦରେ ଝିଅ ସର୍ବଦା ମାଆର ପକ୍ଷ ନେଉଥିଲା।

ଗୁରୁବାର ସକାଳେ ଅପରାଧ ସ୍ୱୀକାରପୂର୍ବକ ଝିଅର ବାପା ୪୬ ବର୍ଷୀୟ ଶଶି ତେନ୍‌ହିପ୍ପାଲାମ ଥାନାରେ ଆତ୍ମସମର୍ପଣ କରିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।

ପେରୁଓ୍ଵାଲ୍ଲର ଠାରେ ଥିବା ସେମାନଙ୍କ ଭଡ଼ା କ୍ୱାର୍ଟର୍ସରେ ରାତି ଅଧରେ ସେ ଏକ ଟାେଓ୍ଵଲ୍‌ ଯୋଗେ ନିଜର ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ। ଝିଅର ଶବ ପାଖରେ ରହି ସେ ରାତି କଟାଇଥିଲେ। ସମ୍ପର୍କୀୟମାନଙ୍କୁ ଭେଟିବାକୁ ଶାଲୁର ମାଆ ଶୈଳଜା ପେରିନ୍ତାମାନ୍ନାକୁ ଯାଇଥିଲେ।

ଗୁରୁବାର ଦିନ ଶଶିଙ୍କୁ ଗିରଫ କରାଯାଇ ପାରାପ୍ପନାନଗଡ଼ି ଠାରେ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ଶଶି ନିଜ ପତ୍ନୀଙ୍କର କାହା ସହ ଅନୈତିକ ସମ୍ପର୍କ ଥିବା କଥା ସନ୍ଦେହ କରୁଥିଲେ।

ଏଥି ଯୋଗୁଁ ସେ ଦମ୍ପତିଙ୍କ ମଧ୍ୟରେ ଉପୁଜୁ ଥିବା ବିବାଦରେ ଶାଲୁ ସବୁବେଳେ ମା’ଙ୍କ ପକ୍ଷ ନେଉଥିଲା। ଫଳରେ ଶାଲୁ ଉପରେ ମଧ୍ୟ ଶଶିଙ୍କର ସନ୍ଦେହ ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତି ପରେ ଶାଲୁ ପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ସମ୍ବନ୍ଧିତ ଖବର