ଗୁଣିଗାରେଡିରୁ ବୀଭତ୍ସ ହତ୍ୟା: ଘରେ ପଶି ସ୍ୱାମୀଙ୍କୁ ମାରି ମହିଳାଙ୍କ ମୁଣ୍ଡକାଟି ନେଇଗଲେ ଦୁର୍ବୃତ୍ତ

ଖୁଣ୍ଟି: ଝାଡ଼ଖଣ୍ଡ ଜିଲ୍ଲାର ଖୁଣ୍ଟି ଜିଲ୍ଲାର ଦଦ୍‌ଗମା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ମଧ୍ୟ ରାତଅୀରେ ସ୍ୱାମୀସ୍ତ୍ରୀ ନିଜ ପିଲାମାନଙ୍କ ସହିତ ଘର ଭିତରେ ଶାଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ଘରେ ପଶି ପ୍ରଥମେ ଗୃହକର୍ତ୍ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ଏହାକୁ ପ୍ରତିରୋଧ କରିବାକୁ ତାଙ୍କ ପତ୍ନୀ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟାଣି ନେଇ ତାଭ୍କ ପିଲାମାନଙ୍କ ଆଗରେ ତାଙ୍କ ମୁଣ୍ହକୁ ଗଣ୍ଡିରୁ ଅଳଗା କରି କାଟଠିଦେବା ସହିତ ମୁଣ୍‌କୁ ଦରି ବାହାରି ଯାଇତିଷଳ। ଯିବା ପୂବ;ରୁ ଦୁର୍ବୃତ୍ତ ମୃତ ଦମ୍ପତିଙ୍କ ପିଲାମାନଙ୍କୁ ମଧ୍ର ଆକ୍ରମଣ କରି ଆହତ କରିଛନ୍ତି।
ଖୁଣ୍ଟି ଜିଲ୍ଲା ପୁଲିସ ଅଧିକ୍ଷକ ଅଶ୍ୱିନୀ କୁମାର ସିହ୍ନା କହିଛନ୍ତି ଯେ ଏପରି ଜଘନ୍ୟ କାଣ୍ଡ ଦଦ୍‌ଗମା ଗାଁରେ ଘଟିଛି। ଦୁର୍ବୃତ୍ତଙ୍କ ହତୃାର ଶିକାର ହୋଇଥିବା ଦମ୍ପତ୍ତି ହେଉଛନ୍ତି ସତ୍ରି ମୁଣ୍ଡା ଓ ଜାଭନି ଦେବୀ। ଉଭୟଙ୍କ ବୟା ୫୦/ ୫୫ ବର୍ଷ ଭିତରେ ହେବ। ମୃତକଙ୍କ ପିଲାମାନେ କହିଛନ୍ତି ଘର ଭିତରକୁ ଦୁଇଜଣ ପଶିଥିବାବେଳେ ଅନ୍ୟ ୩ ଜଣ ବାହାରେ ରହିଥିଲେ। ତେବେ ହତୃାକାଣ୍ଡ କାର୍ଯ୍ୟପ୍ରଣାଳିକୁ ତର୍ଜମା କଲେ ଏହା ଗୁଣିଗାରେଡି ବା ଡାହାଣି ନେଇ ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ଦେଖାଦେଥିବା ହିଂସାକାଣ୍ଡର ଅନ୍ୟ ଏକ ଘଟଣା ପରି ଜଣାପଡ଼ୁଛି। ତେବେ ଏହା ସଠିକ ଭାବେ କିଛି କୁହାଯାଇ ପାରିବ ନାହିଁ। ତଦନ୍ତ ଚାଳିଛି। ତେବେ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଖୁୁବ ଶୀଘ୍ର ଗିରଫ କରାଯିବ। ମୃତଦେହ ଓ ଅଭିଯୁକ୍ତ ମାନେ ନେଇ ବାହାରେ ଫିଙ୍ଗି ଦେଇଥିବା ମହିଳାଙ୍କ ମୁଣ୍ଡକୁ ଜବତ କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।

ସମ୍ବନ୍ଧିତ ଖବର