ଭୁବନେଶ୍ୱର: ଖଣ୍ଡଗିରି ଛକରେ କିନ୍ନରଙ୍କ ବାଇକ ପୋଡ଼ିକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଖଣ୍ଡଗିରି ଛକରେ ରବିବାର ରାତି କିନ୍ନରଙ୍କ ସ୍କୁଟି ପୋଡ଼ିବା ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ କୌଣସି କାରଣକୁ କେନ୍ଦ୍ର କରି କିଛି ଲୋକ ଖଣ୍ଡଗିରି ଛକ ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ ଦିଗରେ ଜାତୀୟ ରାଜପଥ ୧୬ ନମ୍ବର ପାର୍ଶ୍ୱରେ ରାତି ୧୦ଟା ୪୫ରେ କିନ୍ନରଙ୍କ ସହିତ କିଛି ଲୋକଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ କିନ୍ନରଙ୍କ ସ୍କୁଟିରେ ନିଅାଁ ଲଗାଇ ଦେଇଥିଲେ। ଏହା ପରେ ଉତ୍ତେଜନା ପ୍ରକାଶ ପାଇଛି। ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଘଟଣା ହୋଇଥିବା ଶହ ଶହ ଯାନବାହାନ ଅଟକି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ କିନ୍ନରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ କିଛି ମାସ ତଳେ ଖଣ୍ଡଗିରି ଅଞ୍ଚଳରେ କିନ୍ନରମାନେ ଜଣେ ସାଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ଖଣ୍ଡଗିରି ଥାନରେ ସାଧୁ ଜଣକ ଅଭିଯୋଗ କରିଥିଲେ। ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ଉତ୍ପାତ ଦିନକୁ ଦିନ ବଢୁଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର