ମହିଳାଙ୍କ ପୋଷାକ ଖୋଲି ଆଶ୍ରମରେ ଭୂତ-ପ୍ରେତ ଛଡ଼ାଉଥିଲେ ବାବା

ପାଟନା: ଆଜିବି ଅନେକ ଲୋକ ଅନ୍ଧବିଶ୍ୱାସରେ ରହିଛନ୍ତି। ଲୋକମାନେ ରୋଗ ବୈରାଗ ଠିକ୍‌ କରିବା ସହିତ ଭୂତ-ପ୍ରେତ ଲାଗିଥିବା ସନ୍ଦେହ କରି ଅନେକ ବାବାଙ୍କ ଆଶ୍ରମକୁ ଝାଡ଼ି ହେବା ପାଇଁ ଯାଇଥାଆନ୍ତିି। ତେବେ ଏଭଳି ଏକ ଘଟଣା ବିହାରର ଭାଗଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ବିହାରର ଭାଗଲପୁର ଜିଲ୍ଲାରେ ଥିବା ଏକ ଆଶ୍ରମରେ ବାବା ଅନ୍ଧବିଶ୍ୱାସର ଖେଳ ଖେଳୁଥିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଆଶ୍ରମରେ ବିଶେଷ ଭାବେ ଅଶିକ୍ଷିତ ଓ ଗରିବ ମହିଳା-ପୁରୁଷଙ୍କ ଭିଡି ଜିମିବାର ଦେଖିବାକୁ ମିଳିଥାଏ। ଏହି ମହିଳାମାନେ ସେମାନଙ୍କ ଶରୀରରେ ଲାଗିଥିବା ଭୂତ -ପ୍ରେତ ଛଡ଼ାଇବା ତଥା ଅନ୍ୟ ରୋଗକୁ ଠିକ୍‌ କରିବା ପାଇଁ ଏଠାକୁ ଆସିଥାଆନ୍ତି। ଆଶ୍ରମରେ ବାବା ମହିଳାଙ୍କୁ ପୋଷାକ ଖୋଲିବାକୁ କହିଥାଆନ୍ତି। ମହିଳାମାନେ ପୋଷାକ ଖୋଲିଲେ ଯାଇ ବାବା ଶରୀରରୁ ଭୂତ-ପ୍ରେତ ଛଡ଼ାଇ କାମ କରି ଥାଆନ୍ତି।

ବାବା ମୁସ୍ତଫା କମଲାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ସେ ପୁରୁଷ ହୁଅନ୍ତୁ ଅବା ମହିଳା ପ୍ରଥମେ ସ୍ନାନ କରି ତା’ପରେ ପୋଷାକ ଖୋଲି ବସିଲେ। ସେମାନେ ପବିତ୍ର ହୋଇ ଯାଆନ୍ତି। ଯାହାଫଳରେ ମୋତେ ସେମାନଙ୍କ ଶରୀରରୁ ଭୂତ-ପ୍ରେତ ଛଡ଼ାଇବା ସୁବିଧା ହୋଇଥାଏ। ଏହି ସମୟରେ ମୋ ସହିତ ମହିଳାଙ୍କ ପରିବାରବର୍ଗ ବି ସେଠାରେ ଉପସ୍ଥିତ ଥାଆନ୍ତି।

ସମ୍ବନ୍ଧିତ ଖବର