ବଟି ନଦେବାରୁ ଯୁବକଙ୍କୁ ଆକ୍ରମଣ 

ଭୁବନେଶ୍ୱର: ବଟି  ନଦେବାରୁ ନୂଆପଲ୍ଲୀ ନୂଆସାହି ଅଞ୍ଚଳରେ ଆଜି ଅପରାହ୍‌୍‌ଣରେ ଜଣେ ଯୁବକଙ୍କୁ ଖଣ୍ଡା ଓ ପଥରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଚନ୍ଦନ ପ୍ରଧାନ (୨୧) ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୂଆସାହିରେ ଚନ୍ଦନଙ୍କର ଏକ କାଠଗୋଲା ଅଛି। ଅପରାହ୍‌୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ କାଠଗୋଲା ନିକଟକୁ ଆସି ତାଙ୍କୁ ବଟି ମାଗିଥିଲେ। ତେବେ ଚନ୍ଦନ ବଟି ଦେବାକୁ ମନା କରିବାରୁ  ଯୁବକମାନେ ତାଙ୍କୁ ଖଣ୍ଡା ଓ ପଥରରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଚନ୍ଦନ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗୋଲାରେ ଥିବା ତାଙ୍କ ବାପା ଓ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଫଳରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏନେଇ ଚନ୍ଦନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର