୨୦ ଜଣଙ୍କ ଇଜ୍ଜତ ଲୁଟିଛି ପ୍ରିୟ, ଲାଗିଲାନି ଦୁଷ୍କର୍ମ ଦଫା

ଭୁବନେଶ୍ୱର: ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ୍‌ କରି ଟଙ୍କା ଲୁଟିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରିୟରଞ୍ଜନ ଜେଲ୍‌ ଯାଇଛି। ହେଲେ ଦୁଷ୍କର୍ମ ଦଫା ଲାଗିନାହିଁ। ଫଳରେ ଅଭିଯୋଗକାରୀଙ୍କ ସମେତ ସାମାଜିକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅତି କମ୍‌ରେ ସେ ୨୦ ଜଣଙ୍କ ଇଜ୍ଜତ ଲୁଟିଛି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ଋତୁପର୍ଣ୍ଣା ମହାନ୍ତି। ରିମାଣ୍ଡରେ ଆଣି ତାକୁ ପଚରାଉଚରା ସହ ଦୁଷ୍କର୍ମ ଦଫା ଲଗାଇବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ରଫାଦଫା କରିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି।
ତଦନ୍ତବେଳେ ଜଣାପଡ଼ିଛି କି ପ୍ରିୟ ଛାଡ଼ପତ୍ର ପାଇଥିବା ଓ କମ୍‌ ବୟସର ବିଧବାଙ୍କୁ ଟାର୍ଗେଟ କରୁଥିଲା। ତାଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ସହ ବିଭିନ୍ନ ଉପାୟରେ ଟଙ୍କା ନେଉଥିଲା। ଏକ ସମୟରେ ସେ ଏକାଧିକ ନାରୀଙ୍କ ସହ ସମ୍ପର୍କରେ ରହୁଥିଲା। ସମାନ୍ତରାଳ ଭାବରେ ସେମାନଙ୍କୁ ଲୁଟୁଥିଲା। ଦଷ୍କର୍ମ ସମୟରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ରଖୁଥିବାରୁ ବଦନାମ ଭୟରେ ପୀଡ଼ିତା ସାମ୍ନାକୁ ଆସି ପାରୁ ନଥିଲେ। ଏହି ମାମଲାରେ ଅଭିଯୋଗକାରିଣୀ ଜଣକ ସାହସ କରି ସାମ୍ନାକୁ ଆସିଥିବାରୁ ତାଙ୍କୁ ଗିରଫ କରାଯାଇଛି। କିନ୍ତୁ ଦଫା କୋହଳ ଥିବାରୁ ସେ ଜାମିନ ପାଇ ପୁଣି ଥରେ ଏହି ବ୍ୟବସାୟରେ ମାତିଯିବ ବୋଲି ଅଭିଯୋଗ ହୋଇଛି। ସୂଚନାଯାଗ୍ୟ ଯେ, ଅଭିଯୋଗକୁ ଆଧାର କରି ପ୍ରିୟରଞ୍ଜନକୁ ମହିଳା ଥାନା ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର