ଆଲ୍ଲାଙ୍କୁ ବଳି ଚଢ଼ାଇବାକୁ ଯାଇ ୪ ବର୍ଷୀୟ ଝିଅର ତଣ୍ଟି କାଟିଲେ ବାପା

ଜୟପୁର: ବକ୍‌ରିଦ୍‌ରେ ଛାଗବଳି ଦେବା ଭଳି ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବାକୁ ଜଣେ ବ୍ୟକ୍ତି ନିଜ ୪ ବର୍ଷୀୟ ଝିଅର ତଣ୍ଟି କାଟିଛନ୍ତି।

୨୬ ବର୍ଷିୟ ନବାବ ଅଲି କୁରେଶି ଟିକି ଝିଅ ରିଜ୍‌ଓ୍ଵାନାକୁ ବାରଣ୍ଡାକୁ ନେଇ ନିଜ କୋଳରେ ବସାଇଲେ। ତା’ପରେ କୁର୍‌ଆନ୍‌ରୁ କେତୋଟି ପଙ୍‌କ୍ତି ଉଚ୍ଚାରଣ କରି ଝିଅର ତଣ୍ଟି କାଟି ପକାଇଲେ।

ରାଜସ୍ଥାନର ଯୋଧପୁର ଜିଲ୍ଲା ଅନ୍ତର୍ଗତ ପିପାଡ଼ ସହରରେ ଘଟଣାଟି ଘଟିଛି।

ଗୁରୁବାର ସକାଳେ କୁରେଶିଙ୍କୁ ଗିରଫ କରାଯାଇଛି ଏବଂ ସେ ମଧ୍ୟ ଝିଅକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି।

ପୁଲିସ କହିବା ପରେ, ଆଲ୍ଲାଙ୍କୁ ତୁଷ୍ଟ କରିବାକୁ ଦୁଇ ଝିଅଙ୍କ ମଧ୍ୟରୁ ତାଙ୍କର ଗେହ୍ଲୀ ବଡ଼ଟିକୁ କୁରେଶି ବଳି ଚଢ଼ାଇଛନ୍ତି।

ଖବର ଅନୁସାରେ ଝିଅ ରିଜ୍‌ଓ୍ଵାନ୍‌କୁ କୁରେଶି ଦିନବେଳା ଆଈଙ୍କ ଘରୁ ନେଇ ଆସିଥିଲେ। ଇଦ୍‌ ଦିନ ବଳି ପୂର୍ବରୁ ଯେମିତି ଛେଳିମାନଙ୍କୁ ଭଲ କରି ଖାଇବାକୁ ଦିଆ ଯାଏ ସେମତି ତା’ ପାଇଁ ମିଠା ମଧ୍ୟ ଆଣିଥିଲେ।

ଜଘନ୍ୟ ହତ୍ୟାକାଣ୍ଡ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି କି, ନାହିଁ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି ପୁଲିସ।

କିଛି ସମୟ ଧରି ରିଜ୍‌ଓ୍ଵାନ୍‌କୁ ନ ପାଇ ପାରୁ ମାଆ ଶବନା ତାକୁ ଖୋଜାଖୋଜି କରିବାକୁ ଲାଗିଲେ। ବାହାରକୁ ଆସି ସେ ଦେଖିଲେ ଝିଅ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି। ସେ ଏବଂ ତାଙ୍କ ସ୍ୱାମୀ ମିଶି ଝିଅଟିକୁ ଡାକ୍ତରଖାନା ନେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କଲେ।

ତା’ର ତଣ୍ଟି କଟାଯାଇଥିବା କଥା ମେଡିକାଲ୍‌ ବୋର୍ଡ ନିଶ୍ଚିତ କରିଛି।

ପୁଲିସ କହିବାନୁସାରେ କୁରେଶି ଜଣେ ନମାଜୀ। ଛୁରାରେ ଝିଅର ତଣ୍ଟି କାଟି ପକାଇ ଥିଲେ। ଏବେ କୁରେଶି କହୁଛନ୍ତି: ବୋଧହୁଏ ତାଙ୍କ ଉପରେ ସଇତାନ ସବାର ହୋଇ ଏ କାଣ୍ଡ ଭିଆଇଛି।

ସମ୍ବନ୍ଧିତ ଖବର