କୁଖ୍ୟାତ ଅପରାଧୀ ମନୋଜ ପାତ୍ର ଏନ୍‌କାଉଣ୍ଟରରେ ଗୁରୁତର, କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି

କଟକ: କୁଖ୍ୟାତ ଅପରାଧୀ ମନୋଜ ପାତ୍ରକୁ ପୁଲିସ ବୁଧବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଜଗତପୁରରେ ପହଞ୍ଚି ମନୋଜକୁ ଏନ୍‌କାଉଣ୍ଟର କରିଥିଲା। ମନୋଜର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଭାବେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଛି। ସୂଚନାଯୋଗ୍ୟ ଗତ ଜୁନ୍‌ ୨୮ରେ ଜଗତପୁରରେ ହୋଇଥିବା ଡକାୟତି ଘଟଣାରେ ମନୋଜର ସଂପୃକ୍ତି ଥିଲା।

 

ସମ୍ବନ୍ଧିତ ଖବର