ଗ୍ରହ ରିଷ୍ଟ ଖଣ୍ଡନ କଥା କହି ମନ୍ଦିର ଭିତରେ ମହିଳାଙ୍କୁ ଦୁଷ୍କର୍ମ କଲେ ପୂଜାରୀ

ବେଙ୍ଗାଲୁର: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରଠାରୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ୨ ଜଣ ପୂଜାରୀଙ୍କୁ ଗିରଫ କରିିଛି। ମନ୍ଦିର ଭିତରେ ଏକ ସତନ୍ତ୍ର ନୀତି ବାହାନାରେ ଏହି ଦୁଇ ପୂଜାରୀ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁର୍‌ ପୁଲିସ୍‌ ଏହି ଦୁଇ ଅଭିଯୁକ୍ତଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କ ନାମରେ ଏକ ଏକ ଲୁକଆଉଟ୍‌ ସର୍କୁଲାର ଜାରି କରିଛି।

ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ପ୍ରତି ବିମୁଖ ହେଉଥିବା କାରଣରୁ ପରିବାର ଲୋକ ଅତ୍ୟନ୍ତ ବିବ୍ରତ ହୋଇ ପଡ଼ିଥିଲେ। ସ୍ୱାମୀଙ୍କ ଭଲପାଇବା ଜିଣିବା ପାଇଁ ମହିଳା ଜଣକ ପରିବାର ଲୋକଙ୍କ କଥାରେ ପଡ଼ି ମନ୍ଦିରକୁ ନୀତି ପାଳନ କରିବାକୁ ଯାଇଥିଲେ।

ମହିଳା ଜଣକ ମନ୍ଦିରରେ ପହଞ୍ଚିବା ପରେ ପୂଜାରୀମାନେ କହିଥିଳେ ଯେ ସେ ଯଦି ଏହି ପୂଜା ନକରନ୍ତି ତେବେ ତାଙ୍କୁ ଆଗକୁ ଆହୁରି ଅନେକ ପରୀକ୍ଷା ଦେବାକୁ ପଡ଼ିବ। ଗତ ୧୦ ତାରିଖରେ ଗ୍ରହ ରିଷ୍ଟ ଖଣ୍ଡନ କରିବା ଆଳରେ ମନ୍ଦିରର ଦୁଇ ପୂଜାରି ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର