ଟ୍ରକ୍‌ ଡ୍ରାଇଭର୍‌କୁ ମାଡ଼ ମାରି ଲୁଟ୍‌, ୩ ଗିରଫ

ପୁରୁଣା ଭୁବନେଶ୍ୱର : ଘର ସାମଗ୍ରୀ ନେଇ ଯାଉଥିବା ବେଳେ ଏକ ଟ୍ରକ୍‌ ଡାଇଭର୍‌କୁ ମାଡ଼ ମାରି ୩ଜଣ ଯୁବକ ଲୁଟ୍‌ କରିଛନ୍ତି। ଏନେଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ତିନି ଜଣକୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ଅନନ୍ତ ନଗରରେ ରହୁଥିବା ମନୋଜ ପାଟ୍ଟଶାଣୀ(୨୫), ମହତାବ ରୋଡ୍‌ରେ ରହୁଥିବା ରମେଶ ବେଉରା ଓରଫ ନଣ୍ଡା(୨୬) ଓ କେଉଟ ସାହିଠାରେ ରହୁଥିବା ହିତ୍‌ ବଡ଼ାଇକା(୧୮)। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଘର ସମାଗ୍ରୀ ନେଇ ଯାଉଥିବା ଜଣେ ଟ୍ରକ୍‌ ଡ୍ରାଇଭର୍‌କୁ ମାଡ଼ ମାରି ତିନିଜଣ ଗାଡ଼ିରୁ ଏକ ଚେୟାର, ମୋବାଇଲ୍‌ ଲୁଟି ନେଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ସହ ଏକ ଚୋରା ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର