ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ୬ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ମହିଳା କମିଶନ୍‌ ୨୫ ଲକ୍ଷ ଟଙ୍କା ଦେବ । କିଶୋର ନ୍ୟାୟ ବୋର୍ଡ କମିଶନ୍‌ଙ୍କୁ ଉକ୍ତ ନାବାଳିକାଙ୍କ ଥଇଥାନ ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପରିଣାମ ସ୍ୱରୂପ ଏହି ପଦକ୍ଷେପ ନିଆଯାଉଛି ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ୨୦୧୧ ଉତ୍ତର ଦିଲ୍ଲୀର ଏକ ପାର୍କରୁ ଗୁରୁତର ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତଶ୍ରାବ ଯୋଗୁ ସେ ମୃତ୍ୟୁମୁଖରେ ପଡିଥିଲେ । ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ପରେ ମହିଳା କମିଶନ୍‌ରେ ଏ ନେଇ ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧିତ ଖବର