ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଚନ୍ଦ୍ରଶେଖରପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଖଣ୍ଡଗିରି ଭରତପୁରରେ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁର ଜୀବନଜ୍ୟୋତି ଚୌଧୁରୀ (୨୪)। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ସେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଶନିବାର ଦିନ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ନାବାଳିକାକୁ ରାସ୍ତାରୁ ନିଜ ବାଇକ୍‌ରେ ଜୋର୍‌ ଜବରଦସ୍ତ ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏକତରଫା ଭଲ ପାଉଥିବା ଏହି ନାବାଳିକାଙ୍କୁ ନେଇ ସେ ନୟାଗଡ଼ରେ ଲୁଚାଇ ରଖିଥିଲା। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭତ୍ତି କରି ପୁଲିସ୍‌ ନୟାଗଡ଼ରେ ଚଢ଼ଉ କରି ଦୁଇଜଣଙ୍କୁ ଠାବ କରିଥିଲା। ଅଭିଯୁକ୍ତ ଜୀବନ ତାଙ୍କୁ ଦୁଷ୍କର୍ମ କରିଛି ବୋଲି ଆଜି ନାବାଳିକାଜଣଙ୍କ ପୁଲିସ ନିକଟରେ କହିଥିଲା। ପୁଲିସ ଉଭୟଙ୍କ ମେଡିକାଲ ଯାଞ୍ଚ କରାଇଛି।

ସମ୍ବନ୍ଧିତ ଖବର