ଫେସ୍‌ବୁକ୍‌ରେ ୨ ମାସର ବନ୍ଧୁତା ପରେ ଘରୁ ଲୁଚି ବିବାହ କରିଥିଲେ ଯୁବତୀ,ଏବେ ଧୋକା ପରେ ୨ ମାସର ଶିଶୁକୁ କୋଳରେ ଧରି ବାପ ଘରକୁ ଫେରିଲେ

ଆଦିତ୍ୟପୁର(ଝାରଖଣ୍ଡ): ଝାରଖଣ୍ଡର ଆଦିତ୍ୟପୁରରେ ରହୁଥିବା ଜଣେ ଯୁବତୀଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ପ୍ରେମ କରି ବସିବା ମହଙ୍ଗା ପଡ଼ିଛି । ଦୁଇ ମାସର ବନ୍ଧୁତା ପରେ ମାତା-ପିତାଙ୍କୁ ପର କରି ଯୁବକଙ୍କୁ ବିବାହ କରିଥିବା ବେଳେ ଏବେ ଶାଶୁ ଘରୁ ବାପ ଘରକୁ ଫେରି ଆସିଥିବା ଜଣାପଡ଼ିଛି । ସାଥିରେ ଦୁଇ ମାସର ଶିଶୁକୁ ମଧ୍ୟ ନେଇ ଆସିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ସ୍ୱାମୀ ତାଙ୍କ ନିର୍ଯାତନା ଦେଉଥିବାରୁ ସେ ଘରକୁ ଫେରି ଆସିଥିବା କହିଛନ୍ତି ।

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ପ୍ରେମ ହେବା ପରେ ଦୁଇ ମାସ ମଧ୍ୟରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଘର ଲୋକ ରାଜି ହେବେ ନାହିଁ ବୋଲି ଭାବି ଦୁହେଁ ଘରୁ ଲୁଚି ବିବାହ କରିଥିଲେ । ପରେ ଦୁହିଁଙ୍କ ପରିବାର ପରସ୍ପର ମଧ୍ୟରେ ବୁଝାମଣା କରି ବିବାହକୁ ସ୍ୱୀକୃତି ଦେଇଥିଲେ । ବିବାହର କିଛି ଦିନ ପରେ ପୀଡ଼ିତାଙ୍କ ଏକ ଝିଅ ମଧ୍ୟ ହୋଇଥିଲା । କିନ୍ତୁ ଝିଅ ହେବା ପରେ ପୀଡ଼ିତାଙ୍କ ଶାଶୁ ଗୌରୀ ଚନ୍ଦ୍ର ପୀଡ଼ିତାଙ୍କୁ ତାଙ୍କ ବାପ ଘରୁ ୫ଲକ୍ଷ ଟଙ୍କା ଆଣିବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ ।

akonthi.com

ଏ ନେଇ ପୀଡ଼ିତାଙ୍କ ଶାଶୁ ତାଙ୍କୁ ମାଡ଼ ମାରୁ ଥିବା ବେଳେ ପୀଡ଼ିତାଙ୍କ ସ୍ୱାମୀ ବିରୋଧ କରୁ ନଥିବା ଦେଖି ଶାଶୁ ଘର ଛାଡ଼ିବା ପାଇଁ ନିଷ୍ପତ୍ତିି ନେଇଥିଲେ ପୀଡ଼ିତା । ନିଜ ଦୁଇ ମାସର ଝିଅକୁ ଧରି ବାପ ଘରେ ପହଞ୍ଚିବା ପରେ ନିଜ ମାତା-ପିତାଙ୍କୁ ସବୁ କଥା ଜଣାଇଥିଲେ । ଯାହା ପରେ ପୀଡ଼ିତାଙ୍କ ବାପା ଆଦିତ୍ୟପୁର ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର