ବସ୍ତିରେ ବୁଲିଲା ଖଣ୍ଡା, ଲୋକେ ଆତଙ୍କିତ

ଚନ୍ଦ୍ରଶେଖରପୁର: ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନୀଳାଦ୍ରିବିହାର ନିକଟ ପଣ୍ଡାପାର୍କ ବସ୍ତିରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଛି। ‌ଖବର ପାଇ ଘଟଣାସ୍ଥଳରେ ପିସିଆର୍ ଭ୍ୟାନ ପହଞ୍ଚିବା ବେଳକୁ ଯୁବକ ଜଣକ ଫେରାର୍ ହୋଇଯାଇଥିଲା। ସୂଚନା ଅନୁଯାୟୀ, ବସ୍ତିରେ ଥିବା ଏକ ସରକାରୀ ଜମିରେ ନିର୍ମାଣ ହୋଇଥିବା କିଛି ଘରକୁ ନେଇ ବିବାଦ ଦେଖାଯାଇଛି। ଯାହାକୁ ଉଚ୍ଛେଦ କରାଯିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ମହିଳା ସମିତି ସଭ୍ୟମାନେ ବିଏମ୍‌ସି ଓ ବିଡିଏ ନିକଟରେ ଅଭିଯୋଗ କରିଛନ୍ତି। ବିଏମ୍‌ସି କର୍ମଚାରୀମାନେ ଗତକାଲି ସକାଳେ ଘଟଣାସ୍ଥଳ‌ ବୁଲି ଦେଖିଥିଲେ। ଏହାକୁ ବିରୋଧ କରି ଯୁବକଜଣକ ମହିଳା ସମିତି ଓ ସ୍ଥାନୀୟ ଲୋକଙ୍କୁ ଧମକାଇ ଥିଲା। ସେ ଗତକାଲି ବସ୍ତିର କିଛି ମୁରବି ସ୍ଥାନୀୟ ଲୋକଙ୍କୁ ବହ୍ଲାରେ ଗୋଡ଼ାଇ ପିଟିଥିଲା। ଘଟଣା ବିଷୟରେ ସମିତି ପକ୍ଷରୁ ଚନ୍ଦ୍ରଶେଖରପୁର ଆଇଆଇସିଙ୍କୁ ଜଣାଯାଇଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର