ବାଂଲାଦେଶରୁ ମୁମ୍ବାଇକୁ ୫୦୦ ଝିଅ ଚୋରା ଚାଲାଣ କରି ଦେହ ବ୍ୟବସାୟରେ ଲିପ୍ତ କରିଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ବାଂଲାଦେଶରୁ ମୁମ୍ବାଇକୁ ୫୦୦ ଝିଅ ଚୋରା ଚାଲାଣ କରି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇଥିବା ସନ୍ଦେହରେ ପାଲଘାର ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଥାଣେ ଜିଲ୍ଲା ଅନ୍ତର୍ଗତ ଦୋମ୍ବିବାଲିର ମନପଡ଼ା ନିବାସୀ ସେ ୩୮ ବର୍ଷିୟ ବ୍ୟକ୍ତି ମହମ୍ମଦ ସୈଦୁଲ୍‌ ଶେଖ୍‌ଙ୍କ ନାଁରେ ପାଲଘାର ପୁଲିସ ମାନବ ଚୋରାଚାଲାଣ ମାମଲା ରୁଜୁ କରିଛି।

ପୁଲିସ କହିବା ଅନୁସାରେ, ଶେଖ୍‌ଙ୍କ ନାଁରେ ଏବେ ୭ଟି ମାମଲା ରହିଛି, ତାଙ୍କ ଗିରଫଦାରି ସହ ଆହୁରି ଅନେକ ମାମଲା ଜଣାପଡ଼ିବ। ଜଣେ ଝିଅ ବିକ୍ରି କରାଇବା ବାବଦରେ ସେ କମିସନ୍‌ ବାବଦରେ ୪ରୁ ୫ ହଜାର ଟଙ୍କା ପାଆନ୍ତି। ପୁଣି ପ୍ରତି ମାସରେ ଆହୁରି ଅଧିକ ଟଙ୍କା ପାଆନ୍ତି।

ଶେଖ୍‌ ବାଂଲାଦେଶରୁ ମହିଳା, ବିଶେଷକରି, ନାବାଳିକାମାନଙ୍କୁ ଆଣି ଆଶାୟୀ ଗ୍ରାହକମାନଙ୍କ ଠାରୁ ଲକ୍ଷେ ଟଙ୍କା ପାଆନ୍ତି। ଚାକିରି କରାଇ ଦେବା ବାହାନାରେ ଝିଅମାନଙ୍କୁ ଅଣାଯାଏ। ବାଂଲାଦେଶରେ ଥିବା ତାଙ୍କ ଏଜେଣ୍ଟ୍‌ମାନେ କେତେକ ନାବାଳିକାଙ୍କୁ ପ୍ରେମ ପ୍ରଲୋଭନରେ ବଶକରି ଆନ୍ତର୍ଜାତିକ ସୀମା ପାରି କରାଇ ନେଇ ଆସନ୍ତି।

ପ୍ରାୟ ବର୍ଷେ ତଳେ ଦେହ ବ୍ୟବସାୟସ୍ଥଳରୁ ଉଦ୍ଧାର ହୋଇଥିବା ୪ ଜଣ ନାବାଳିକା ବୟାନ ଦେବା ବେଳେ ଶେଖ୍‌ଙ୍କ ନାଁ କହିଥିଲେ।

କ୍ରାଇମ୍‌ ବ୍ରାଞ୍ଚ୍‌ ଗୁଇନ୍ଦାମାନେ କହନ୍ତି ଯେ ସୀମା ଆରପାରିରେ ଶେଖ୍‌ ବେଆଇନ୍‌ ହାଓଲା କାରବାରରେ ସମ୍ପୃକ୍ତ। ପୁଲିସବାଲା କହୁଛନ୍ତି କି, ଶେଖ୍‌ ବାଂଲାଦେଶର ଲୋକ, କିନ୍ତୁ ୨୦୧୦ରୁ ଭାରତରେ କାର୍ଯ୍ୟ ଚଳାଇଛି।

ପୁଲିସ ବହୁ ଦିନୁ ତାଙ୍କ ଉପରେ ଧ୍ୟାନ ରଖିଥିଲେ ବି ସୂଚନାଦାତାଙ୍କ ଠାରୁ ସୂଚନା ପାଇଁ ତାଙ୍କୁ ଧରିବା ପାଇଁ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର