ଯୁବକଙ୍କୁ ‌ଗୋଡ଼ାଇ ହାଣିଲେ, ୨ଗିରଫ

ଚନ୍ଦ୍ରଶେଖରପୁର : ଜଣେ ଯୁବକଙ୍କୁ ୫ଜଣ ଅସାମାଜିକ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଳନ୍ଦୀ ନାୟକ (୨୦) ଓ ମାୟାଧର ନାୟକ (୨୦)। ଅଭିଯୁକ୍ତମାନେ ପୂର୍ବ ଶତୃତାକୁ କେନ୍ଦ୍ରକରି ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଚୋଟ ମାରୁଥିଲେ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା। ହେଲେ ଘଟଣାସ୍ଥଳରୁ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ। ପୁଲିସ୍ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରି ଅନ୍ୟମାନଙ୍କୁ ଖୋଜୁଛି। ଅପରପକ୍ଷରେ ଆହତ ରାଜେନ୍ଦ୍ରଙ୍କୁ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର