୨ ମୋବାଇଲ୍‌ ଲୁଟେରା ଗିରଫ, ଫୋନ୍‌ ଓ ବାଇକ୍‌ ଜବତ

ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ସ୍ଥାନରୁ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଲୁଟ୍‌ କରୁଥିବା ଦୁଇ ଯୁବକଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟୁନିଟ୍‌ ୮ର ରତିକାନ୍ତ ରାଉତ(୨୧) ଓ ନୀଳାଦ୍ରିବିହାର ବସ୍ତିର ସତ୍ୟବ୍ରତ ହୋତା(୨୦)। ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ପଲ୍‌ସର ବାଇକ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌କୁ ଜବତ କରିଛି। ସେମାନେ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍‌ ଝାମ୍ପିନେଇ ପଳାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାକୁ ନେଇ ଜେରା କରିବାରୁ ସେମାନେ ଅସାମାଜିକ କାର୍ଯ୍ୟ କରିବାରେ ଉସ୍ତାଦ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର