ଆମ୍ବ ତୋଳିବାରୁ ୧୦ ବର୍ଷିୟ ବାଳକକୁ ଗୁଳି ମାରି ହତ୍ୟା

ପାଟନା: ଗୁରୁବାର ଦିନ ଗରିଆ ଜିଲ୍ଲା ଅନ୍ତର୍ଗତ ପଥରାହ୍‌ ଗାଁ’ରେ ଆମ୍ବ ତୋଳିଥିବା ଅଭିଯୋଗରେ ଜଣେ ୧୦ ବର୍ଷିୟ ବାଳକକୁ ଗୁଳି ମାରି ହତ୍ୟା କରାଯାଇଛି।

ଅନ୍ୟ ପିଲାମାନେ ଖେଳୁଥିବା ଏକ ଆମ୍ବତୋଟାରେ ଶେରଗଡ଼ ଗାଁ’ର ସତ୍ୟମ୍‌ କୁମାରକୁ ଗୁଳି ମରାଯାଇଛି ବୋଲି ପୁଲିସ କହିଛି।

ସତ୍ୟମ୍‌ର ବାପା ମାକୁନି ଯାଦବ ଅଭିଯୋଗ କରିଛନ୍ତି ଯେ ଆମ୍ବ ପାରିବା କାରଣରୁ ପିଲାଟିକୁ ଗୁଳି ମରାଯାଇଛି। ଅନ୍ୟ ପିଲାମାନେ ଘଟଣାସ୍ଥଳରୁ ଧାଇଁ ଯାଇ ଗ୍ରାମବାସୀଙ୍କୁ ଏ କଥା ଜଣାଇଥିଲେ।

ମାକୁନି ତୋଟା ଜଗୁଆଳ ରାମାଶିଷ ଯାଦବଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ସେ ଫେରରା ହୋଇ ଯାଇଛନ୍ତି। କିନ୍ତୁ, ସେ ତୋଟାର ମାଲିକ ହେଉଛନ୍ତି ବାରୋ ଚୌଧୁରୀ।

ଘଟଣାସ୍ଥଳରୁ କୌଣସି ଆଗ୍ନେୟାସ୍ତ୍ର କିଂବା ଖୋକା ମିଳିନାହିଁ ବୋଲି ପୁଲିସ କହିଛି।

ତୋଟାରେ କେହି ଆଗ୍ନେୟାସ୍ତ୍ରରେ ଖେଳୁଥିବା ବେଳେ ଭୁଲ୍‌ କ୍ରମେ ଏ ଭଳି ଘଟିଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପୁଲିସ କହୁଛି ।

ଘଟଣାର ତଦନ୍ତ ଚାଲିଛି। ଖୁବ୍‌ ଶୀଘ୍ର ସତ୍ୟାସତ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର