୨ବର୍ଷ ପର୍ଯ୍ୟନ୍ତ ୨୦ଜଣ ମିଶି ନାବାଳିକାକୁ କରୁଥିଲେ ଦୁଷ୍କର୍ମ, ଏମାନଙ୍କ ମଧ୍ୟରେ ଥିଲେ ପରିବାରର ଜଣେ ସଦସ୍ୟ

ତିରୁବନନ୍ତପୁରମ୍‌ : ପ୍ରତିଦିନ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବଢ଼ିବାରେ ଲାଗିଛି । ଦେଶର କୌଣସି ନା କୌଣସି କୋଣରେ ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମ ଏବଂ ଯୌନ ଅସଦାଚରଣର ଶିକାର ହେଉଛନ୍ତି । ଏ ନେଇ ଅନେକ ସତର୍କତା ଏବଂ ନିୟମ ତିଆରି କରାଯାଇ ସାରିଥିଲେ ମଧ୍ୟ ଏଭଳି ଅପରାଧ ଥମିବାର ନାଁ ନେଉ ନାହିଁ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୁନ୍ନୁରରେ । ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୨ବର୍ଷ ହେବ ୨୦ଜଣ ଦୁଷ୍କର୍ମ କରି ଆସୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦ଜଣଙ୍କ ମଧ୍ୟରେ ପୀଡ଼ିତାଙ୍କ ବାପା ମଧ୍ୟ ରହିଥିବା କଥା ସାମ୍ନାକୁ ଆସିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ପୀଡ଼ିତାଙ୍କ ମା’ ପୁଲିସରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ,ଦୁଇ ବର୍ଷ ହେଲାଣି ପୀଡ଼ିତାଙ୍କ ବାପା ନିଜ ସାଙ୍ଗ ଏବଂ ପୀଡ଼ିତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରୁଥିଲେ । ନଭେମ୍ବର ମାସରେ ପୀଡ଼ିତାଙ୍କ ଜଣେ ଫେସ୍‌ବୁକ୍‌ ବନ୍ଧୁ ଏବଂ ଫେସ୍‌ବୁକ୍‌ ବନ୍ଧୁଙ୍କ ୩ଜଣ ବନ୍ଧୁ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ବିଷୟରେ ଘରେ କାହାକୁ ଜଣା ନଥିବା ବେଳେ ପୀଡ଼ିତାଙ୍କ ବାପା ଏ ନେଇ କାହାକୁ ଜଣାଇବା ପାଇଁ ମନା କରିଥିଲେ । ଦୁଇ ବର୍ଷ ପରେ ପୀଡ଼ିତାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ଭାଇ ଦେଖି ମା’ଙ୍କୁ ଜଣାଇଥିଲେ । ଯାହା ପରେ ପୀଡ଼ିତା ୨ବର୍ଷ ମଧ୍ୟରେ ଘଟିଥିବା ସବୁ ଘଟଣା ବିଷୟରେ ଜଣାଇଥିଲେ । ସବୁ ଜାଣି ପୀଡ଼ିତାଙ୍କ ମା’ ନିଜ ସ୍ୱାମୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର