୨୦୧୬: ଟ୍ରେନ୍‌ରୁ କମ୍ବଳ ଓ ତଉଲିଆ ଆଦି ଚୋରି ଅଭିଯୋଗରେ ୧୧ ଲକ୍ଷ ଗିରଫ

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ଚାଲୁଥିବା ଟ୍ରେନ୍‌ରୁ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି ହେଉଛି। ରେଳରେ ଯାତ୍ରୀଙ୍କୁ  ଦିଆଯାଉଥିବା କମ୍ବଳ, ତଉଲିଆ, ତକିଅା ଠାରୁ  ଲୁହା ବେଲ୍‌ଟ, ତମ୍ବା ତାର, ବେସିନ୍‌ ଏବଂ କପ୍‌-ପ୍ଲେଟ୍‌ ଯାଏଁ ଜିନିଷ ଚୋରି ଅଭିଯୋଗରେ ୨୦୧୬ ମସିହାରେ ରେଳବାଇ ପୁଲିସ୍‌ ୧୧ ଲକ୍ଷ ଅଭିଯୁକ୍ତଙ୍କୁ ଗିରଫ କରିଛି। ମହାରାଷ୍ଟ୍ରରେ ସର୍ବାଧିକ ୨.୨୩ଲକ୍ଷ ଗିରଫ ହୋଇଥିବା ବେଳେ ତା’ପଛକୁ ରହିଛି ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶରେ ଟ୍ରେନ୍‌ ସରଞ୍ଜାମ ଚୋରି କରିବା ଅଭିଯୋଗରେ ସମୁଦାୟ ୧.୨୨ ଲକ୍ଷ ଗିରଫ ହୋଇଛନ୍ତି। ସେହିପରି ଭାବେ ମଧ୍ୟପ୍ରଦେଶରେ ୯୮,୫୯୪ ଜଣ ଚୋରି ଅଭିଯୋଗରେ ଗିରଫ ହୋଇଥିବା ବେଳେ ତାମିଲନାଡୁରୁ ୮୧,୪୦୮, ଗୁଜୁରାଟରୁ ୭୭,୦୪୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ରହିଛି।

ଜାଣିବାକୁ ମିଳିଛି ଯେ ଚୋରମାନେ ବିଶେଷ କରି ଟ୍ରେନ୍‌ରେ ବ୍ୟବହୃତ ହୋଇଥିବା ଲୁହା ନଟ୍‌ ବୋଲ୍‌ଟକୁ ବେଶି ଟାଗେର୍ଟ କରୁଛନ୍ତି। ଅଧିକାଂଶ ଚୋର ବୋଲ୍‌ଟ ଚୋରି କରିଥିବା ଅଭିଯୋଗରେ ଗିରଫ କରିଛିନ୍ତି। ଏହି ଚୋରମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ରେଳବାଇ ଏଣିକି ଲୁହା ବଦଳରେ ଫାଇବର୍‌ ବୋଲ୍‌ଟ ବ୍ୟବହାର କରିବାର ଯୋଜନା ରଖିଛି।

ସମ୍ବନ୍ଧିତ ଖବର