ଝାଡ଼ଖଣ୍ଡ: ୨ ନାବାଳିକାଙ୍କ ସହ ଦୁଷ୍କର୍ମ କରି ୧୧ ଜଣ ଲୋକ ଗିରଫ

ଲୋହାରଗଡ଼: ଝାଡ଼ଖଣ୍ଡ ଅନ୍ତର୍ଗତ ଲୋହାରଖଣ୍ଡ ଜିଲ୍ଲାରେ ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୧ ଜଣ ଲୋକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ହିର୍‌ହି ହରା ତୋଲି ଅଞ୍ଚଳରେ ପୁଲିସ ଦଳ ଚଢ଼ାଉ କରିବା ପରେ ସେମାନଙ୍କୁ ଧରା ଯାଇଥିବା କଥା ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଶିଷ କୁମାର ମାହଲି କହିଛନ୍ତି।

ଅଭିଯୁକ୍ତମାନଙ୍କର ବୟସ ୧୮ ରୁ ୨୮ ବର୍ଷ ମଧ୍ୟରେ। ଅଗଷ୍ଟ ୧୬ ତାରିଖରେ ପଡ଼ୋଶୀମାନଙ୍କ ସହ ଝିଅ ଦୁହେଁ ହିର୍‌ହି ହରା ତୋଲି ଅଞ୍ଚଳ ଦେଇ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ଝିଅ ଓ ସେମାନଙ୍କ ପଡ଼ୋଶୀ ଯାଉଥିବା ମଟରସାଇକେଲ୍‌ଟି ହିରି ରେଳବାଇ ପୋଲ ନିକଟରେ ବିଗିଡ଼ି ଯାଇଥିଲା।

ଝିଅ ଦୁହିଁଙ୍କ ମଧ୍ୟେ ଜଣେ ଫୋନ୍‌ ଯୋଗେ ନିଜ ବନ୍ଧୁଙ୍କୁ ସହାୟତା ମାଗିଥିଲେ କିନ୍ତୁ, ସେ ବନ୍ଧୁ ଘଟଣାସ୍ଥଳକୁ ନିଜର ୧୧ ଜଣ ସାଙ୍ଗକୁ ପଠାଇ ଦେଇଥିଲା।

ପଡ଼ୋଶୀଙ୍କୁ ମାରଧର କରି ସେଠାରୁ ଭଗାଇ ଦେବା ପରେ ସେମାନେ ଝିଅ ଦୁହିଁଙ୍କୁ ଗୋଟାଏ ନିରୋଳା ଜାଗା ନେଇଯାଇଥିଲେ। ସେଠାରେ ଜଣକ ପରେ ଜଣେ ସେ ଝିଅ ଦୁହିଁଙ୍କ ସହ ଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତମାନେ ପୀଡ଼ିତ ଓ ପୀଡ଼ିତାମାନଙ୍କର ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ଯାଇଥିଲେ।

ଝିଅମାନଙ୍କ ଅଭିଯୋଗ ଭିତ୍ତିରେ ସଦର ଥାନାରେ ଏ ସଂକ୍ରାନ୍ତରେ ଗୋଟାଏ ମାମଲା ରୁଜୁ କରାଯାଇଛି।

ମାମଲାର ତଦନ୍ତ କରିବାକୁ ଏସ୍‌ପି ପ୍ରିୟଦର୍ଶୀ ଆଲୋକଙ୍କ ନିର୍ଦେଶରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି।

ଜଣେ ଅଭିଯୁକ୍ତଙ୍କ ଘରୁ ମୋବାଇଲ୍‌ ଫୋନ୍‌ଗୁଡ଼ିକ ଉଦ୍ଧାର କରାଯାଇଥିବା କଥା ଡିଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର