କଠୁଆ ଦୁଷ୍କର୍ମର ପୁନରାବୃତ୍ତି: ନାବାଳିକାଙ୍କ ଶରୀରରେ ୮୬ଟି କ୍ଷତ ଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା

ସୁରଟ୍‌ : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଜଣେ ୮ବର୍ଷୀୟା ନାବଳିକାକୁ ଗଣଦୁଷ୍କର୍ମ ଘଟଣାର ସମାଧାନ ହୋଇ ନଥିବା ବେଳେ ସୁରଟ୍‌ରେ ପୁଣି ଏକ ସେଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ବର୍ଷୀୟା ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଆଶଙ୍କା କରାଯାଉଛି । ପୀଡ଼ିତାର ଶରୀରରେ ୮୬ଟି କ୍ଷତ ଥିବା ଦେଖିବାକୁ ମିଳିଛି ।

Free Press Journal

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ଥିବାରୁ କେହି ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦେଇଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ଜଣା ପଡ଼ିଥିବା ବେଳେ ଫୋରେନ୍‌ସିକ୍‌ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ମୁତାବକ, ପୀଡ଼ିତାଙ୍କ ମୃତ ଦେହକୁ ସୁରଟ୍‌ର ଭେସ୍ତନ ଖେଳ ପଡ଼ିଆରୁ ପୁଲିସ ଏପ୍ରିଲ ୬ରେ ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ଶବ ଚିହ୍ନଟ ହୋଇ ପାରି ନାହିଁ । ଏହା ସହ ପୀଡ଼ିତାଙ୍କ ଶରୀରରେ ଥିବା କ୍ଷତଗୁଡ଼ିକ କୌଣସି କାଠ ଜିନିଷ ସାହାଯ୍ୟରେ କରାଯାଇଛି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର