୧୧ବର୍ଷର ନାବାଳିକା ପାଦ୍ରି ଦ୍ୱାରା ଦୁଷ୍କର୍ମର ଶିକାର, ପୋକ୍‌ସୋ ଆକ୍ଟ ଦ୍ୱାରା ଦୁଷ୍କର୍ମକାରୀ ଗିରଫ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ରବାନୁର ପୁଲିସ ଷ୍ଟେସନ୍‌ ଅନ୍ତର୍ଗତ ବଲ୍ଲମପାଡୁରେ ଜଣେ ଖ୍ରୀଷ୍ଟିୟାନ୍‌ ଧର୍ମଗୁରୁ ଉପରେ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ଆନ୍ଧ୍ରପ୍ରଦେଶ ପୁଲିସ ୩୮ବର୍ଷୀୟ ପାଦ୍ରିକୁ ପୋକ୍‌ସୋ ଆକ୍ଟ ଜରିଆରେ ଗିରଫ କରିଛି।

ଆନ୍ଧ୍ରପ୍ରଦେଶ ପୁଲିସ ମୁତାବକ, ଏହି ଘଟଣା ରାଜ୍ୟ ରେବାନୁର ପୁଲିସ ଷ୍ଟେସନ୍‌ ଅନ୍ତର୍ଗତ ବଲ୍ଲମପାଡୁରେ ହୋଇଥିଲା। ଦୁଷ୍କର୍ମକାରୀର ଏକ ତେଜରାତି ଦୋକାନ ଘର ଭିତରେ ରହିଛି। ୧୧ବର୍ଷର ନାବାଳିକା ଏପ୍ରିଲ ୨୩ ତାରିଖ ଦିନ ଦୋକାନକୁ ତେଜରାତି କିଣିବାକୁ ଆସିଥିଲା । ଏହି ସମୟରେ ପାଦ୍ରିର ଖରାପ ନଜର ଝିଅଟି ଉପରେ ପଡ଼ିଥିଲା। ଫଳରେ ୧୧ବର୍ଷର ନାବାଳିକା ପାଦ୍ରି ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା।ଏପ୍ରିଲ ୨୬ ରେ ପୀଡିତା ପରିବାର ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମ କରିଥିବା ପାଦ୍ରିକୁ କୋଇଲାଖୁଣ୍ଟଲା କୋର୍ଟରେ ହାଜର କରିଛି।

ସୂଚନାଯୋଗ୍ୟ, ଦୁଷ୍କର୍ମ ଶିକାର ହେବା ପରେ ପୀଡିତା ଶରୀରରୁ ୨ଦିନ ହେବ ରକ୍ତସ୍ରାବ ଲାଗି ରହିଥିଲା। ସେ ଏହାକୁ ଦେଖି ବହୁ ଭୟଭୀତ ହୋଇପଡ଼ିଥିଲା। ତାର ଶରୀରାବସ୍ଥା ବି ଦୁର୍ବଳ ହୋଇ ପଡ଼ିଥିଲା। ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକ କ’ଣ ହୋଇଛି ବୋଲି ପଚାରିଥିଲେ? ଝିଅ ପ୍ରଥମେ ଭୟରେ କିଛି କହି ନଥିଲା। ପରବର୍ତ୍ତୀ ସମୟରେ ସେଦିନର ଦୁଃଖଦ ଘଟଣା ସମ୍ପର୍କରେ ପରିବାର ଲୋକ ଆଗରେ କାନ୍ଦି କାନ୍ଦି କହି ପକାଇଥିଲା। ଏହା ପରେ ପରିବାର ଲୋକ ଆଜି ଦୁଷ୍କର୍ମକାରୀ ବିରୋଧ ମାମଲା ରୁଜୁ କରିଥିଲେ। ପୁଲିସ ୩୮ବର୍ଷର ପାଦ୍ରିକୁ ପୋକ୍‌ସୋ ନିୟମ ଅନୁଯାୟୀ ଧାରା-୬ ଜରିଆରେ ମାମଲା ରୁଜୁ କରିଛି। ଏତଦ୍‌ବ୍ୟତୀତ ଦୁଷ୍କର୍ମକାରୀ ବିରୋଧରେ ଆଇପିସି ଧାରା-୩୭୬ ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର