ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକା ଡ଼ାକ୍ତରଖାନା କର୍ମଚାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ସ୍ଥାନକୁ  ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଚିକିତ୍ସା ପାଇଁ ଅଣାଯାଏ ସେଠାରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହେବା ଦୁର୍ଭାଗ୍ୟର କଥା ନିଶ୍ଚୟ।  ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଦିଲ୍ଲୀର ଇଏସ୍‌ଆଇ ଡ଼ାକ୍ତରଖାନାରେ ନାବାଳିକା ଚିକିତ୍ସିତ ହେଉଥିବା ବେଳେ ଜଣେ ହାଉସ୍‌ କିପିଂ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସରେ ଅଭିଯୋଗ ହେବା ପରେ ଡ଼ାକ୍ତରଖାନାରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

Motta & Motta Attorneys

ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହେବାରୁ ତାଙ୍କୁ ସେପ୍ଟେମ୍ବର ୧୩ରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ପ୍ରାୟ ୪.୩୦ ସମୟରେ ପୀଡ଼ିତାଙ୍କ ମା’ ତାଙ୍କୁ ପାଖରେ ନ ଥିବା ବେଳେ ପାଖରେ କେହି ନ ଥିବା ବେଳେ ହାଉସ୍‌ କିପିଂର କର୍ମଚାରୀ ରାଧେ ଶ୍ୟାମ ତାଙ୍କୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲେ । ଏହି ଘଟଣା ବିଷୟରେ କାହାକୁ କହିବ ନାହିଁ ବୋଲି କହି ନିଜ ବେଡ୍‍କୁ ଚାଲି ଯାଅ ବୋଲି ରାଧେଶ୍ୟାମ କହିଥିଲେ । କିଛି ସମୟ ପରେ ପୀଡ଼ିତାଙ୍କ ମା’ ଡ଼ାକ୍ତରଖାନା ଆସିବା ପରେ ପୀଡ଼ିତା ନିଜ ମା’ଙ୍କୁ ସବୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଏ ନେଇ ପୀଡ଼ିତାଙ୍କ ମାତା-ପିତା ପୁଲିସରେ ଅଭିଯୋଗ କରିବା ପରେ ଡ଼ାକ୍ତରଖାନାରୁ ରାଧେଶ୍ୟାମଙ୍କୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର