ମୁମ୍ବାଇ: ବନ୍ଧୁମାନଙ୍କ ଆଗରେ ଗାଳି ଦେବାରୁ ଜଣେ ୧୨ ବର୍ଷିୟ ବାଳକ ତାଙ୍କ ସ୍କୁଲ୍ ପ୍ରିନ୍ସିପାଲ୍ଙ୍କୁ ଗୋବନ୍ଦି ଅନ୍ତର୍ଗତ ଶିବାଜୀ ନଗରସ୍ଥିତ ଘରେ ଛୁରି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
୩୦ ବର୍ଷୀୟ ଆୟେଶା ଅସ୍ଲମ୍ ହୁସୁୟାୟେ ନିଜ ଘରେ ଗତ ପାଞ୍ଚବର୍ଷ ହେବ ସେ ବାଳକଟିକୁ ଟ୍ୟୁସନ୍ କରିଆସୁଥିଲେ। ଡୋଙ୍ଗ୍ରି ରିମାଣ୍ଡ ହୋମ୍କୁ ପଠାଇ ଦିଆଯାଇଥିବା ସେ ବାଳକ ପୁଲିସକୁ କହିଛନ୍ତି କି, ହୁସୁୟାୟେଙ୍କ ଠାରୁ ୨୦୦୦ ହଜାର ଟଙ୍କା ଧାର ଆଣିବାକୁ ସୋମବାର ଦିନ ମାଆତାଙ୍କୁ କହିଥିଲେ।
ପୁଲିସ କହିଛି: ସ୍କୁଲ୍ ଛୁଟି ହେବା ପରେ ସେ ବାଳକ ହୁସୁୟାୟେଙ୍କୁ ଟଙ୍କା ମାଗିବାରୁ ସେ କୁଆଡ଼େ ତା’ର ବନ୍ଧୁମାନଙ୍କ ସାମ୍ନାରେ ତାକୁ ଗାଳିଗୁଲଜ କଲେ। ପିଲାଟିକୁ ଅପମାନ ହେଲା। ସନ୍ଧ୍ୟା ପ୍ରାୟ ୮ ବେଳେ ସେ ପ୍ରିନ୍ସିପାଲ୍ଙ୍କ ଘରକୁ ଟ୍ୟୁସନ୍ ହେବାକୁ ଗଲା। ସାଙ୍ଗରେ ନେଇଥିବା ଛୁରିରେ ତାଙ୍କୁ ଆକ୍ରମଣ କଲା। ହୁସୁୟାୟେ ଚିତ୍କାର କରିବାରୁ ପଡ଼ୋଶୀମାନେ ଧାଇଁ ଆସି ତାଙ୍କୁ ଡାକ୍ତରଖାନା ନେଲେ। ସେ ମୃତା ବୋଲି ସେଠାରେ ଡାକ୍ତରମାନେ ଘୋଷଣା କଲେ। ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ପରେ ପ୍ରିନ୍ସିପାଲ୍ ଏକାକିନୀ ରହୁଥିଲେ।
ପୁଲିସ କହିଛି, ପଡ଼ୋଶୀମାନେ ଆସିବା ପରେ ମଧ୍ୟ ପିଲାଟି ସେ ଘରେ ଥିଲେ। ପିଲାଟି ତା’ର ବୟାନ ବଦଳାଉଛି।
ଜମିଜମା ବିବାଦ ପାଇଁ ୨୦୧୦ରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବାରୁ ହୁସୁୟେୟାଙ୍କ ହତ୍ୟା ଗୋଟାଏ ଷଡ଼ଯନ୍ତ୍ର ବୋଲି ତାଙ୍କ ପରିବାର ଲୋକେ ଦାବି କରୁଛନ୍ତି।