ମା’ର ମୁଣ୍ଡକାଟି ହତ୍ୟା କରିବାର ଦୃଶ୍ୟକୁ ସାଙ୍ଗମାନଙ୍କ ସହିତ ଉଇଚାଟରେ ସେୟାର କଲା ପୁଅ

ନୂଆଦିଲ୍ଲୀ: ଚାଇନାସ୍ଥିତ ସିଚୁୟାନ୍‌ ପ୍ରାନ୍ତ ଓ୍ଵକିଜିଂ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୩ବର୍ଷର ନାବାଳକ ନିଜର ମା’ର ମୁଣ୍ଡ କାଟି ହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ତେବେ ବାଳକ ହତ୍ୟାକାରୀ କେବଳ ଯେ ମା’କୁ ହତ୍ୟା କରିଛି ତାହା ନୁହେଁ, ହତ୍ୟା ସମୟର ଦୃଶ୍ୟକୁ ବି କ୍ୟାମେରାରେ କୈଦ୍‌ କରିଛି । କିଛି ଦିନ ଏହି ଭିଡିଓକୁ ନିଜ ପାଖରେ ରଖିବା ପରେ ଲୋକପ୍ରିୟ ଆପ୍‌ ଉଇଚାଟ୍‌ ଜରିଆରେ ସେ ନିଜ ସାଙ୍ଗମାନଙ୍କ ସହିତ ଏହାକୁ ସେୟାର କରିଛି ।

ଏହାପରେ ବାଳକର ବୀଭତ୍ସ କାଣ୍ଡ ସାମ୍ନାକୁ ଆସିଥିଲା। ହତ୍ୟାକାରୀର ସାଙ୍ଗ ଜଣେ ଏହି ଭିଡିଓକୁ ନେଇ ତା’ର ପିତାମାତାଙ୍କୁ ଦେଖାଇଥିଲା। ସେମାନେ ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ହତ୍ୟାକାରୀ ପୁଅକୁ ସ୍କୁଲ ପରିସରରୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ମା’ ଓ ପୁଅ ମଧ୍ୟରେ କୌଣସି କାରଣକୁ ନେଇ କଳହ ସୃଷ୍ଟି ହୋଇଥିଲା। ଏହାପରେ ପୁଅ ରାଗରେ ନିଜ ମା’ର ମୁଣ୍ଡକାଟି ହତ୍ୟା କରିଥିଲା। ହତ୍ୟାପରେ ମା’ର ମୁଣ୍ଡକୁ ନାଳରେ ଫିଙ୍ଗିବା ପାଇଁ ଏକ ବାଲଟିରେ ପୁରାଇ ରଖିଥିଲା।

ସମ୍ବନ୍ଧିତ ଖବର