୧୩ ବର୍ଷର ବାଳକକୁ ବିବାହ କଲେ ୨୩ ବର୍ଷୀୟା ଯୁବତୀ! କାରଣ ଜାଣିଲେ ଆପଣ ଚକିତ ହୋଇଯିବେ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର କୁରୁନୁଲ୍‌ ଜିଲ୍ଲାର ଉପରହାଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଗତମାସ ଜଣେ ୧୩ ବର୍ଷିଅ ଯୁବକ ନିଜ ମାଆଙ୍କ ଇଚ୍ଛା ପୂରା କରିବା ପାଇଁ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିବା ପୁଲିସ୍‌ ଶନିବାର ସୂଚନା ଦେଇଛି। ବାଳକର ମାଆ ଚାହୁଁଥିଲେ କି ତାଙ୍କ ମୃତ୍ୟୁ ପରେ ଘର ଚଳାଇବା ପାଇଁ ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କୁ ବୋହୂ କରିବା ପାଇଁ। ଗତ ଏପ୍ରିଲ୍‌ ତାରିଖରେ ମାଆର ଇଚ୍ଛାକୁ ସମ୍ମାନ ଦେଇ ୧୩ ବର୍ଷିଅ ବାଳକ ତାଙ୍କଠାରୁ ୧୦ ବର୍ଷ ବଡ଼ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ବିବାହ ଉତ୍ସବର ଫଟୋଗ୍ରାଫ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଆଞ୍ଚଳିକ କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି।

ବିବାହ କରିଥିବା କନ୍ୟା ଜଣକ ହେଉଛନ୍ତି କର୍ଣ୍ଣାଟକର ବେଲାରି ଜିଲ୍ଲାର। ଏହି ଆଶ୍ଚର୍ଯ୍ୟଜନକ ବିବାହ ସର୍ବସମ୍ମୁଖକୁ ଆସିବା ପରେ ଉଭୟ ପରିବାର କେଉଁ ଆଡ଼େ ଚାଲି ଯାଇଛନ୍ତି। ଜିଲ୍ଳା ମହିଳା ଓ ଶିଶୁ ବିକାଶ ଅଧିକାରୀ ସାରଦାଙ୍କ ନେତୃତ୍ୱରେ ସରକାରୀ କର୍ମଚାରୀ ଏବଂ ଆଞ୍ଚଳିକ ତହସିଲଦାର ଶ୍ରୀନିବାସ ରାଓ ଏହାର ତଦନ୍ତ କରିବା ପାଇଁ ସଂପୃକ୍ତ ଗ୍ରାମକୁ ଗସ୍ତ କରିଥିଲେ। ଗାଁରେ ଥିବା ପୁଅ ଘରେ ତାଲା ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

ପଡ଼ୋଶୀଙ୍କଠାରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ପୁଅ ଘର ହେଉଛନ୍ତି ଏକ ଚାଷୀ ପରିବାର। ତାଙ୍କର ଆର୍ଥିକ ଅବସ୍ଥା ଦିନେ ଖଟିଲେ ଦିନେ ଖାଇବା ଶ୍ରେଣୀର। ଘରର ମୁଖିଆ ମଦ୍ୟପ ହୋଇଥିବାରୁ ତାଙ୍କ ପତ୍ନୀ ସବୁବେଳେ ଚିନ୍ତା କରୁଥିଲେ ଯେ ତାଙ୍କ ଅନ୍ତେ ତାଙ୍କ ପରିବାର କିପରି ଚାଲିବ ବୋଲି। ସେଥିପାଇଁ ସେ ଭାବିଲେ କି ଜଣେ ପ୍ରାପ୍ତ ବୟସ୍କା ଯୁବତୀ ତାଙ୍କ ଘରକୁ ଆସିଲେ ତାଙ୍କର ଗୃହପାଳିତ ପଶୁ ତଥା ଘରର ଯତ୍ନ ନେଇପାରିବ। ଉକ୍ତ ଦମ୍ପତିଙ୍କର ୨ ପୁଅ ଏବଂ ୨ ଝିଅ ରହିଥିବା ପଡ଼ୋଶୀ ସୂଚନା ଦେଇଛନ୍ତି।

ଦମ୍ପତି ଶୁଣିବାକୁ ପାଇଲେ ଯେ କର୍ଣ୍ଣାଟକରେ ଥିବା ତାଙ୍କର ଜଣେ ସଂପର୍କୀୟ ପରିବାର ନିଜର ୨୩ ବର୍ଷୀୟା ଝିଅକୁ ବିଭା ଦେବାକୁ ଚାହାନ୍ତି। ସେମାନେ ଉକ୍ତ ଝିଅର ପରିବାର ଲୋକଙ୍କ ସହ ଯୋଗାଯୋଗ କରି ବିବାହ ସଂପନ୍ନ କଲେ। ନିମନ୍ତ୍ରଣ କାର୍ଡ ମୁତାବକ ଏପ୍ରିଲ୍‌ ୨୩ ତାରିଖରେ ଏହି ବିବାହ ହୋଇଯାଇଛି। ସେମାନେ ଏପ୍ରିଲ୍‌ ୨୭ ତାରିଖରେ ଗାଁ ଲୋକଙ୍କୁ ଭୋଜିଭାତ ଦେଇଥିଲେ।

ନିୟମ ମୁତାବକ, ଏହି ବବାହକୁ ଅନୈତିକ। ଯଦି ୨ ଦିନ ମଧ୍ୟରେ ଉଭୟ ପରିବାର ବର, କନ୍ୟାଙ୍କୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ହାତରେ ହସ୍ତାନ୍ତର ନକରାନ୍ତି ତେବେ ସେମାନେ ଏକ ମାମଲା ରୁଜୁ କରିବେ ବୋଲି ଜିଲ୍ଲା ସହସିଲଦାର ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର