୩୦ ବର୍ଷୀୟା ଯୁବତୀଙ୍କୁ ବିବାହ କଲେ ୧୩ ବର୍ଷର ବାଳକ

କର୍ନୁଲ:  ସାଧାରଣତ ଅଧିକାଂଶ ସ୍ଥାନରେ ଯେଉଁ ବାଲ୍ୟ ବିବାହ ସମ୍ପର୍କରେ ଶୁଣିବାକୁ ମିଳେ, ସେ କ୍ଷେତ୍ରରେ ବରର ବୟସ ଅଧିକ ହୋଇଥିବା ବେଳେ କନ୍ୟାଟି ନାବାଳିକା ହୋଇଥାଏ। ମାତ୍ର  ଆନ୍ଧ୍ରପ୍ରଦେଶରର କର୍ନୁଲ ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି ଯାହାକୁ ନେଇ  ଗଣମାଧ୍ୟମ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା। ଏହି ଜିଲ୍ଲାରେ ଜଣେ ୧୩ ବର୍ଷିୟ ନାବଳକ ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି।   ଏହି ବିବାହ ଅତ୍ୟନ୍ତ ଗୋପନୀୟ ଭାବେ ହୋଇ ସାରିବା ପରେ ହିଁ ଗାଁ ଲୋକେ ସୂଚନା ପାଇ ଗଣମାଧ୍ୟମରେ ଜଣାଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୁଲିସ ନବଦମ୍ପତିଙ୍କୁ ଖୋଜୁଛି। ମାତ୍ର  ନା ସେ ଦମ୍ପତିଙ୍କର କୌଣସି ପତ୍ତା  , ଠିକଣା ମିଳୁଛି ନାଁ ସେ ନାବଳକଙ୍କ ବାପା ମାଆଙ୍କର କିଛି ଖୋଜ ଖବର ଅଛି। ସେମାନେ ପୁଲିସ  କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ ଛାଡ଼ି ଚାଲି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କର୍ନୁଲର କୋଥାଲମ ମଣ୍ଡଳରେ ଜଣେ ୧୩ ବର୍ଷିୟ ନାବାଳଙ୍କର ସେହି ଅଞ୍ଚଳର ଜଣେ ୨୩  (ପ୍ରଶାସନ ଅନୁଯାୟୀ ୩୦ ବର୍ଷ) ବର୍ଷୀୟ ଯୁବତୀଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଛି।  ନାବଳକଙ୍କ ବାପା  ନିଶା ଅଭ୍ୟାସଗ୍ରସ୍ତ ହୋଇଥିିବା ବେଳେ ତାଙ୍କ ମାଆ ରୋଗିଣୀ। ନାବାଳକଙ୍କୁ ଛାଡ଼ି ତାଙ୍କର ଆଉ ଦୁଇଟି ସନ୍ତାନ ଅଛନ୍ତି। ନାବାଳକଙ୍କ ମାଆ ସବୁବେଳ ଭାବୁଥିଲେ ଯେ ଯଦି ସିଏ ମରି ଯାଆନ୍ତି, କିଏ ତାଙ୍କ ପିଲାମାନଙ୍କ ଦାୟିତ୍ୱନେବ। ଏହି ଚିନ୍ତାଧାରରେ ବଶବର୍ତ୍ତୀ ହୋଇ ସିଏ ତାଙ୍କ ୧୩ ବର୍ଷ ପୁଅକୁ ବିବାହ ଦେବା ପାଇଁ ଚିନ୍ତା କରିଥିଲେ। ଶେଷରେ ତାଙ୍କ ସମପର୍କୀୟମାନଙ୍କ ମଧ୍ୟରେ ନିଜ ପୁଅ ପାଇଁ ବୋହୁଟିଏ ବାଛିଥିଲେ। ମାତ୍ର ବୋହୁଟି ପୁଅ ଠାରୁ ଢ଼େର ବଡ଼, ଅର୍ଥାତ ପୁଅକୁ ୧୩ ବର୍ଷ ବେଳ ବୋହୁକୁ ୩୦ ବର୍ଷ ।ତଥାପି ସେମାନେ ଗତ ଏପ୍ରିଲ ୨୭ ତାରିଖ ଦିନ ଚୁପ୍‌ ଚାପ ଏହି ବାହାଘର କରି ଦେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଜ ତରଫରୁ ଏକ ମାମଲା ରୁଜୁ କରି ନାବାଳକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାତ୍ର ଗ୍ରାମଟି କର୍ଣ୍ଣାଟକ ସୀମାରେ ଥିବାରୁ ନାବାଳକଙ୍କ ପରବାର କର୍ଣ୍ଣାଟକକୁ ଚାଲଇଯାଇଥିବା  ଅନୁମାନ କରାଯାଉଛି। ଏ ସମ୍ପର୍କରେ କର୍ନୁଲ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶ  ବିଜୟ କୁମାର କହିଛନ୍ତି ଯେ ଗତକାଲି ନାବାଳଙ୍କ ଗାଁରେ ଚଢ଼ାଉ କରାଯାଇଥିଲା।ମାତ୍ର ତାଙ୍କୁ ଗାଁରେ ଠବ କରାଯାଇ ପାରି ନ ଥିଲା। ଏଠାରେ ଯେଉଁ ୧୩ ବର୍ଷ ନାବଳକ ଜଣକ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିବା କୁହାଯାଉଛି, ପ୍ରକୃତରେ ସମ୍ପୃକ୍ତ ଯୁବତୀଙ୍କ ବୟସ ୩୦ ବର୍ଷ କିମ୍ବା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ମାତ୍ର ଗାଁ ଲୋକେ କହୁଛନ୍ତି ଏହା ଏକ ପ୍ରେମ ବିବାହ। ମାତ୍ର ତାହା ପ୍ରେମ ବିବାହ ହେଉ ଅଥବା ପରିବାର ସମ୍ମତିରେ ହେଉ, ଉଭୟ କ୍ଷେତ୍ରରେ ନାବାଳକର ବିବାହ ଆଇନତଃ ଅସିଦ୍ଧ। ତେଣୁ ଆମେ ନାବାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ ବୋଲି ବିଜୟ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର