୮ ମହଲାରୁ ଡେଇଁ ଜୀବନ ହାରିଲେ ନାବାଳିକା, ଭିଡିଓ ରେକର୍ଡିଂ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କଲେ ଦେଖଣାହାରୀ

ମୁମ୍ବାଇ: ଉତ୍ତର ମୁମ୍ବାଇର କାଣ୍ଡିଭାଲିଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୪ ବର୍ଷୀୟା ନାବାଳିକା ୮ ମହଲା ଉପରୁ ଡେଇ ଆହ୍ମହତ୍ୟା କରିଥିବା ଶୁକ୍ରବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଗୁରୁବାର ସଂଧ୍ୟାରେ ଏହି ଘଟଣାଟି ଘଟିଥିବା ଜାଣିବାକୁ ମିଳିଛି। ଠାକୁର ଗ୍ରାମର ଗାର୍ଡେନିଆ କୋପରେଟିଭ୍‌ ହାଉସିଂ ସୋସାଇଟିଠାରେ ଏପରି ଦୁଃଖଦ ଘଟଣା ଘଟିଯାଇଛି।

ଆତ୍ମହତ୍ୟା କରିଥିବା ନାବାଳିକା ହର୍ଷିକା ଧୀରେନ୍ଦର ମାୟାଭାଷୀ ୮ ମହଲା ବିଲ୍ଡିଂରୁ ଡେଇ ପଡ଼ି ନିଜ ଜୀବନ ହାରିଛନ୍ତି। ସେହି ସମାନ ବିଲ୍ଡିଂର ପଞ୍ଚମ ମହଲାରେ ସେ ରହୁଥିଲେ। ସେ ଯେତେବେଳେ ଆତ୍ମହତ୍ୟା କରିବା ପାଇଁ ୮ ମହଲା ଉପରକୁ ଯାଇଥିଲେ ଦେଖଣାହାରୀ ତାଙ୍କୁ ଏପରି ନକରିବା ପାଇଁ ବୁଝାଇଥିଲେ ବି ସେ କାହାରି କଥା ଖାତିର ନକରି ଡେଇଁ ପଡ଼ିଥିଲେ ବୋଲି ଜାଣିବାକୁ ମିଳିିଛି।

ଯେତେବେଳେ ସେ ତଳେ ପଡ଼ିଗଲେ ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇଗଲେ। ହସ୍ପିଟାଲ୍‌ରେ ଡାକ୍ତମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ସମସ୍ତ ଘଟଣାକୁ କେତେକ ଦେଖଣାହରୀ ନିଜ ମୋବାଇଲ୍‌ରେ ଭିଡିଓ ରେକଡିଂ କରିଥିଲେ। ଯାହାକି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆତ୍ମହତ୍ୟାର ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍‌ ଉକ୍ତ ନାବାଳିକଙ୍କର ସୋସିଆଲ୍‌ ମିଡିଆ କାର୍ଯ୍ୟକଳାପ ଉପରେ ଯାଞ୍ଚ୍‌ କରିବା ସହ ସଂପର୍କୀୟ ଓ ବନ୍ଧୁଙ୍କୁ ମଧ୍ୟ ତଦନ୍ତରେ ସାମିଲ୍‌ କରିବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର