୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଜଣେ ବନ୍ଧୁକୁ ଠକିବା ଅନ୍ୟ ଜଣେ ବନ୍ଧ ପାଇଁ ମହଙ୍ଗା ପଡ଼ିଛି। ଠକେଇର ଶିକାର ହୋଇଥିବା ବନ୍ଧୁ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ଠକ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ ଗଜେନ୍ଦ୍ର କବାଟ ଓ ଅଶ୍ୱିନୀ ମହାପାତ୍ର ସାଙ୍ଗ ହୋଇ ଏକ ବେପାର ଆରମ୍ଭ କରିଥିଲେ। କିଛି ଦିନ ପରେ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଅଶ୍ୱିନୀ ଗଜେନ୍ଦ୍ର ନ ଥିବାର ଫାଇଦା ଉଠାଇ ତାଙ୍କ ଅଫିସରୁ ପ୍ରାୟ ପନ୍ଦର ଲକ୍ଷ ଟଙ୍କା ନେଇ ଚାଲି ଯାଇଥିଲେ। ଗଜେନ୍ଦ୍ର ଫେରିବା ପରେ ଏହି ସବୁ କଥା ଜାଣି ଅଶ୍ୱିନୀଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ। କିନ୍ତୁ ଅଶ୍ୱିନୀ ତାଙ୍କୁ ଆଉ ଧରା ଛୁଆଁ ଦେଇନଥିଲେ। ଏଥିରୁ ଗଜେନ୍ଦ୍ର ବୁଝିଯାଇଥିଲେ ଯେ ଅଶ୍ୱିନୀ ତାଙ୍କୁ ଠକି ଟଙ୍କା ନେଇ କେଉଁ ଆଡ଼େ ଚାଲିଯାଇଛି। ସେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଶ୍ୱନୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର