୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

ବଡ଼ବିଲ: ବଡ଼ବିଲ ଥାନା ଅନ୍ତର୍ଗତ ରାଜୀବ ବିହାର କଲୋନି ପରିସରରେ ଏକ ବଡ଼ଧରଣର ଲୁଟ୍ ହୋଇଛି। ଲୁଟେରାମାନେ ଗୋଟିଏ ରାଇଫଲ୍, ଜର୍ମାନ ତିଆରି ଏକ ରିଭଲଭର୍, ୧୦ଟି ଲେଖାଏଁ ଗୁଳି ଭର୍ତ୍ତି ଥିବା ଦୁଇଟି କାଟ୍ରିଜ୍ ସହ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଓ ନଗଦ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ରାଜୀବ ବିହାର କଲୋନିର ୨୭ ନମ୍ବର ଘରେ ରହୁଥିବା ମନଜିନ୍ଦର୍ ସିଂ ଓରଫ ମନୁଙ୍କ ଝରକା ଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ। ଘରର ଆଲମିରା ଭାଙ୍ଗି ମନୁଙ୍କ ଲାଇସେନ୍ସପ୍ରାପ୍ତ ରାଇଫଲ୍, ରିଭଲଭର୍, ଦୁଇଟି କାଟ୍ରିଜ୍, ସୁନା ଗହଣା, ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର