ପଡ଼ୋଶୀ ପୁଅ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ୧୫ ବର୍ଷୀୟା କର୍କଟ ପୀଡ଼ିତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍କଟ ପୀଡ଼ିତା ୧୫ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଦୁଷ୍କର୍ମ ଅଭିଯୁକ୍ତମାନେ ନାବାଳିକାଙ୍କ ପଡ଼ୋଶୀ। ନାବାଳିକାଙ୍କୁ ଏକୁଟିଆ ପାଇଁ ତାଙ୍କ ପଡ଼ିଶା ଘର ପୁଅ ତାଙ୍କର କିଛି ବନ୍ଧୁଙ୍କ ସହ ମିଶି ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ରାସ୍ତା ଉପରେ ଫୋପାଡ଼ି ଦେଇ ସ୍ଥାନ ଛାଡ଼ି ପଳାୟନ କରିଥିଲେ। ଜାଣିବାକୁ ମିଳିଛି ଯେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ନାବାଳିକା ଜଣକ ଅନୁନୟବିନୟ ହୋଇ ସାହାଯ୍ୟ ମାଗିଥିଲେ ବି ସେ ଏହାକୁ ଅଣଦେଖା କରିଥିଲେ ଅଭିଯୁକ୍ତ। ବଜାରକୁ ଶନିବାର ଦିନ ବାଳିକା ଜଣକ ସଉଦା କିଣିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସ୍‌ ପ୍ରଦାନ କରିଥିବା ସୂଚନା ମୁତାବକ, ଏହି ୧୫ ବର୍ଷୀୟା ନାବାଳିକା ଜଣକ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ। ତାଙ୍କ ଘର ଲକ୍ଷ୍ନୌର ସରୋଜୀନି ନଗରର ନାଟକର ଗ୍ରାମରେ। ପୁଲିସ୍‌ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର