୧୨ ଘଣ୍ଟାରେ ୨ଥର: ପ୍ରଥମେ ବନ୍ଧୁକ ମୁନରେ ୩ଜଣ ଦୁଷ୍କର୍ମ କରିବା ସହ ପରେ ସାହାଯ୍ୟର ହାତ ବଢ଼ାଇ ଦୁଷ୍କର୍ମ କଲେ ୨ଦୁର୍ବୃତ୍ତ

ଗୁରୁଗ୍ରାମ : ହରିୟାଣାର ମେବାତ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ପ୍ରଥମେ ବନ୍ଧୁକ ମୁନରେ ୩ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଅଚେତ ଅବସ୍ଥାରେ ଛାଡ଼ି ଚାଲି ଆସିଥିଲେ । ପରେ ପୀଡ଼ିତା ରାସ୍ତା ଉପରକୁ ଆସି ସାହାଯ୍ୟ ମାଗିବା ସମୟରେ ୨ଜଣ ଅଭିଯୁକ୍ତ ତାଙ୍କୁ ନିଜ କାର୍‌ରେ ଲିପ୍ଟ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ରାସ୍ତା କଡ଼ରେ ଫିଙ୍ଗି ଦେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

oneindia.com

ପୀଡ଼ିତାଙ୍କ ବାପାଙ୍କ ବୟାନ ଅନୁଯାୟୀ, ଜୁଲାଇ ୩୦ରେ ତାଙ୍କ ୧୫ବର୍ଷୀୟ ଝିଅ ଘରୁ ନିଖୋଜ ହୋଇ ଯାଇଥିଲେ । ଜୁଲାଇ ୩୧ରେ ତାକୁ ଆମେ ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଦେଖିଥିଲୁ । ଚେତା ଫେରିବା ପରେ ଜୁଲାଇ ୩୦ ସଂନ୍ଧ୍ୟାରେ ଜଣେ ଯୁବକ ତାକୁ ବାଇକ୍‌ ଯୋଗେ ଉଠାଇ ନେବା ସହ ଜଙ୍ଗଲରେ ପୂର୍ବରୁ ଉପସ୍ଥିତ ଥିବା ୨ସାଙ୍ଗଙ୍କ ସହ ଦୁଷ୍କର୍ମ କରିଥିବା ସେ ଜଣାଇଥିଲା । ୩ଜଣ ସାରା ରାତି ବନ୍ଧୁକ ମୁନରେ ମୋ ଝିଅ ସହ ଦୁଷ୍କର୍ମ କରିଥିଲେ । ଭୋର ୪ଟାରେ ୩ଜଣ ମୋ ଝିଅକୁ ଜଙ୍ଗଲରେ ଛାଡ଼ି ଚାଲିଯିବା ସହ ସେ ରାସ୍ତା ଉପରକୁ ସାହାଯ୍ୟ ପାଇଁ ଆସିଥିଲା । ଘରେ ଛାଡ଼ିବାକୁ କହି ୨ଜଣ ଯୁବକ ନିଜ ଗାଡ଼ିରେ ଲିପ୍ଟ ଦେବା ସହ ତା’ ସହ ପୁଣି ଦୁଷ୍କର୍ମ କରିଥିଲେ । ଏହା ପରେ ମୋ ଝିଅକୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲେ । ଜୁଲାଇ ୩୧ ତାରିଖ ସକାଳେ ଆମେ ତାକୁ ଉଦ୍ଧାର କରିଥିଲୁ । ଅଗଷ୍ଟ ୧ରେ ଆମେ ପୁଲିସ ଆଗରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଗଷ୍ଟ ୫ରେ ଏତଲା ରୁଜୁ କରିଥିଲା

ସମ୍ବନ୍ଧିତ ଖବର