ମୁଜାଫର୍‌ନଗରରେ ବନ୍ଧୁକ ଦେଖାଇ ୧୫ ବର୍ଷୀୟ ବାଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ମୁଜାଫରନଗର: ମୁଜାଫର୍‌ନଗର ଜିଲ୍ଲା ଅନ୍ତର୍ଗତ ରହେକ୍‌ଦା ଗ୍ରାମରେ ବନ୍ଧୁକ ଦେଖାଇ ଜଣେ ଯୁବକ ଏକ ୧୫ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ବୋଲି ଗୁରୁବାର ଦିନ ପୁଲିସ କହିଛି।

ବୁଧବାର ଦିନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି। ଅଭିଯୁକ୍ତ କାଲ୍ଲଙ୍କୁ ଗିରଫ କରା ଯାଇଥିବା କଥା ଭୋପା ଥାନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ବି ପି ସିଂହ କହିଛନ୍ତି।

ଅର୍ଦ୍ଧ ଚେତନ ଅବସ୍ଥାରେ ପୀଡ଼ିତାଙ୍କୁ ପରିବାର ଲୋକେ ପାଇଥିଲେ।

ପୀଡ଼ିତାଙ୍କ ଦାଦି କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବା ପରେ ବାଳିକାଟିକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର