ଘରକୁ ଆସି ଭଉଣୀକୁ ଗଣଦୁଷ୍କର୍ମ କଲେ ବଡ଼ ଭାଇର ୩ଜଣ ସାଙ୍ଗ

ଜବଲପୁର(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଘରକୁ ଆସି ବଡ଼ ଭାଇର ୩ଜଣ ସାଙ୍ଗ ଭଉଣୀକୁ ଗଣଦୁଷ୍କର୍ମ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ଜୁନ୍‌ ୨୮ରେ ଘଟିଥିବା ବେଳେ ଗତକାଲି ପୁଲିସ ଥାନାରେ ଏହାର ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣା ପଡ଼ିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖା ଯାଇଥିବା ବେଳେ ଅନ୍ୟଜଣଙ୍କୁ ଗିରଫ କରିଛି ପୁଲିସ ।

Tribune India

ସୂଚନା ମୁତାବକ, ଜୁନ୍‌ ୨୮ରେ ପୀଡ଼ିତା ଘରେ ଏକା ଥିବା ବେଳେ ତାଙ୍କ ବଡ଼ ଭାଇଙ୍କ ୩ଜଣ ସାଙ୍ଗ ଘରକୁ ଆସିଥିଲେ । ଘରେ ଭାଇ ନଥିଲେ ମଧ୍ୟ ଭାଇର ସାଙ୍ଗ ଭାବି ୩ଜଣଙ୍କୁ ଘର ଭିତରକୁ ଆସିବା ପାଇଁ ଦେଇଥିଲେ ପୀଡ଼ିତା । ଘର ଭିତରକୁ ପ୍ରବେଶ କରିବା ପରେ ୩ଜଣ ଘରର କବାଟ ପଛପଟୁ ଦେଇ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସାହାଯ୍ୟ ପାଇଁ ପାଟି କରିଥିଲେ ମଧ୍ୟ ଘରେ କେହି ନଥିବାରୁ ଗଣଦୁଷ୍କର୍ମରୁ ବର୍ତ୍ତି ପାରି ନଥିଲେ ପୀଡ଼ିତା । ଗଣଦୁଷ୍କର୍ମ ପରେ ଏ ନେଇ କାହାକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ । ଧମକକୁ ଡ଼ରି ପୀଡ଼ିତା କିଛି ଦିନ ଚୁପ୍‌ ରହିବା ପରେ ସୋମବାର ପୂରା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ବିଷୟରେ ଜାଣି ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ୩ଜଣଙ୍କୁ କାବୁ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର