ଦରମା ମାଗିବାରୁ ଘର କାମ କରୁଥିବା ୧୬ ବର୍ଷୀୟ ବାଳିକାକୁ ହତ୍ୟା କରି ତିନି ଖଣ୍ଡ କଲେ ଦଲାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଘରକାମ କରୁଥିବା ଜଣେ ୧୬ ବର୍ଷୀୟ ଝିଅ ଦରମା ମାଗିବାରୁ ତାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଛନ୍ତି ତାକୁ ଝାଡ଼ଖଣ୍ଡରୁ ଆଣି କାମ ଦେଇଥିବା ଜଣେ ବ୍ୟକ୍ତି।

ତାକୁ ହତ୍ୟା କରାଯିବା ପରଦିନ ଅର୍ଥାତ୍‌ ମେ ୪ ତାରିଖ ଦିନ ତା’ର ଖଣ୍ଡ ବିଖଣ୍ଡ ଶବ ଏକ ନର୍ଦ୍ଦମାରୁ ମିଳିଥିଲା।

ଶବ ମିଳିବା ପରେ, ମୀନାଓ୍ଵାଲି ନଗର ଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଥିଲେ ପୁଲିସ। ସେ ଅଞ୍ଚଳରେ ରହୁଥିବା ପ୍ରାୟ ୨୦୦ ଘରର ବାସିନ୍ଦାଙ୍କୁ ପଚାରା ଉଚୁରା କରାଯାଇଥିଲା।

ଜଣେ ବାସିନ୍ଦାଙ୍କ ଠାରୁ ପୁଲିସ ସୂଚନା ପାଇଲା କି, ଝିଅଟିକୁ ହତ୍ୟା କରାଯିବା ପର ଠାରୁ ଜଣେ ଝାଡ଼ଖଣ୍ଡନିବାସୀ ନିରୁଦ୍ଦେଶ ହୋଇ ଯାଇଛନ୍ତି। ପୁଲିସ ତାଙ୍କ ଘରେ ଚଢ଼ଉ କଲା କିନ୍ତୁ, ସନ୍ଦିଗ୍ଧ ସେଠାରେ ନ ଥିଲେ।

ସେ ବ୍ୟକ୍ତି ଜଣକ ମେ ୧୭ ତାରିଖ ଦିନ ଦିଲ୍ଲୀସ୍ଥିତ ଭଡ଼ାଘରକୁ ଆସିବେ ବୋଲି ଜାଣିବା ପରେ ପୁଲିସ ଜାଲ ବିଛାଇ ଥିଲା। ଶେଷରେ ତାଙ୍କୁ ଧରି ଗିରଫ କରିଥିଲା ପୁଲିସ।

ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇଜଣଙ୍କ ସହାୟତାରେ ସେ ଝିଅଟିକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଥିଲା ସନ୍ଦିଗ୍ଧଙ୍କ ମନଜୀତ କରକେଟା ସ୍ୱୀକାର କରିଥିଲେ।

ପଚରା ଉଚୁରା କରାଯିବାରୁ କରକେଟା କହିଲେ: ଦିଲ୍ଲୀରେ ଭଲ କାମ ଜୁଟାଇ ଦେବେ କହି ଝାଡ଼ଖଣ୍ଡରୁ ତିନିହେଁ ଗରିବ ନାବାଳିକାମାନଙ୍କୁ ଭୁଲାଇ ଆଣନ୍ତି।

ଏ ପୀଡ଼ିତା ୩ ବର୍ଷ ତଳେ ଦିଲ୍ଲୀକୁ ଅଣାଯାଇ ଜଣକ ଘରେ କାମଦାମ କରିବାକୁ ରଖାଇ ଦିଆଯାଇଥିଲା। ଅଭିଯୁକ୍ତ ଘର ମାଲିକଙ୍କ ଠାରୁ ଦରମା ନେଇ ଆସନ୍ତି କିନ୍ତୁ, ତାକୁ ଦିଅନ୍ତି ନାହିଁ।

ବର୍ଷେ ପରେ ଝିଅଟି କାମ ଛାଡ଼ି ମେ ୩ ତାରିଖ ଦିନ କରକେଟାଙ୍କୁ ଭେଟି ଦରମା ମାଗିବାରୁ ସେ ଓ ତାଙ୍କର ସହଯୋଗୀ ମିଶି ତାକୁ ହତ୍ୟା କରିଥିଲେ। ତା’ପରେ ଶବକୁ ତିନି ଖଣ୍ଡ କରି ନର୍ଦ୍ଦମାରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର