ଫୋନରେ କଥା ହେବା ପରେ ଦେଖା ହେବା ପାଇଁ ଡ଼ାକି ହୋଟେଲ ରୁମ୍ରେ ନାବଳିକାକୁ ଦୁଷ୍କର୍ମ କଲେ ଯୁବକ
ଗୁରୁଗ୍ରାମ : ଗୁରୁଗ୍ରାମରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଅପରାଧ ଏକ ହୋଟେଲରେ କରାଯାଇଥିବାର ସୂଚନା ମିଳିଥିବା ବେଳେ ଏନେଇ ମାମଲା ଋଜୁ କରିଛି ପୁଲିସ । ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା ଦୁଷ୍କର୍ମ ହେବାର ସପ୍ତାହ ପରେ ପୀଡ଼ିତା ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ସେକ୍ଟର୫୧ରେ ଥିବା ମହିଳା ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ପୀଡ଼ିତାଙ୍କ ବାପା ମୃତ୍ୟୁବରଣ କରିବା ପରେ ସେ ଅଷ୍ଟମ ପର୍ଯ୍ୟନ୍ତ ପଢ଼ି ରହି ଯାଇଥିଲେ । ଘରର ଅବସ୍ଥା ଦେଖି ସେ ପାଠ ପଢ଼ା ଛାଡ଼ି ମା’ଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବାକୁ ଲାଗିଥିଲେ । ଜୁନ୍ ୨୦୧୮ରେ ଅଙ୍କିତ ଭାଟିଆ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହେବା ସହ ଅକ୍ଟୋବର ୮ରେ ଅଙ୍କିତ ପୀଡ଼ିତାଙ୍କୁ ଗୁରୁଗ୍ରାମକୁ ଆସିବା ପାଇଁ କହିଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ଅଙ୍କିତ ପୀଡ଼ିତାଙ୍କୁ ଗୁରୁଗ୍ରାମର ଏକ ହୋଟେଲକୁ ନେଇ ଯାଇଥିଲେ । ରୁମ୍ ଭିତରକୁ ଯିବା ପରେ ଅଙ୍କିତ ପୀଡ଼ିତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ସହ ଦୁଷ୍କର୍ମ କରିଥିଲେ ।
ପରେ ଅକ୍ଟୋବର ୯ରେ ଅଙ୍କିତ ପୀଡ଼ିତାଙ୍କୁ ମେଟ୍ରୋରେ ବସାଇ ଘରକୁ ଛାଡ଼ିବା ସହ ସହ ଏ ବିଷୟରେ କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଯାହା ପାଇଁ ପୀଡ଼ିତା ସପ୍ତାହ ପର୍ଯ୍ୟନ୍ତ ଘରେ କାହାକୁ ନ କହି ଚୁପ୍ ରହିଥିଲେ । ପରିବାର ଲୋକେ ପୀଡ଼ିତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ବାରମ୍ବାର ପଚାରିବା ପରେ ଶେଷରେ ସବୁ ଜଣାଇଥିଲେ ପୀଡ଼ିତା ।