୧୬ ବର୍ଷିୟ ଯୁବତୀଙ୍କ ସହ ଦୁଷ୍କର୍ମ ହେଉଥିବା ବେଳେ ପୂରା ଘଟଣାକୁ କ୍ୟାମେରାରେ କଏଦ କଲେ ପିଉସୀ !

ମେରଠ୍‌ : ସୋମବାର ମୁଜାଫରନଗରରେ ଜଣେ ୧୬ ବର୍ଷିୟ ଯୁବତୀ ହୋଇଛନ୍ତି ଦୁଷ୍କର୍ମର ଶିକାର । ପୀଡ଼ିତାଙ୍କ ପିଉସୀ ପୂରା ଘଟଣାକୁ କ୍ୟାମେରାରେ ରେକର୍ଡ଼ କରିଥିବା ବେଳେ ୨୨ବର୍ଷୀୟ ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ସହ ଏପରି କରିବା ପାଇଁ ଅଭିଯୁକ୍ତଙ୍କ ଭଉଣୀ ତାଙ୍କୁ ବାଧ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡ଼ିଛି ।

The Indian Express

ସୂଚନା ମୁତାବକ, ଏହି ଘଟଣାର ସୂତ୍ରପାତ ଶୁକ୍ରବାର ପୀଡ଼ିତାଙ୍କ ଭଉଣୀ ରୁଖ୍‌ସାନା ଏବଂ ତାଙ୍କ ପଡ଼ୋଶୀ ସମ୍‌ରିନ୍‌ ମଧ୍ୟରେ ହୋଇଥିବା ଝଗଡ଼ାରୁ ହୋଇଥିଲା । ଏହି ଝଗଡ଼ା ପରେ ଶନିବାର ସମ୍‌ରିନ୍‌ ରୁଖ୍‌ସାନାଙ୍କ ପରିବାର ଉପରେ ଦୁଷ୍କର୍ମର ଅଭିଯୋଗ କରି ଏତଲା ଦେଇଥିଲେ । ଏଥିରେ ରୁଖ୍‌ସାନା ରାଗିଯାଇ ରବିବାର ତାଙ୍କ ୧୬ବର୍ଷିୟ ଝିଆରୀକୁ ସମ୍‌ରିନ୍‌ଙ୍କ ଭାଇ ଦୁଷ୍କର୍ମ କରିଥିବା ନେଇ ପୁଲିସରେ ଏତଲା ଦେଇଥିଲେ । ଏହା ସହ ସେ ଦୁଷ୍କର୍ମର ଏକ ଭିଡ଼ିଓ ମଧ୍ୟ ତିଆରି କରିଛନ୍ତି ବୋଲି ଏତଲାରେ ଲେଖିଥିବା ଜଣା ପଡ଼ିଛି । ଏହି ଏତଲା ପାଇବା ପରେ ପୁଲିସ ରୁଖ୍‌ସାନାଙ୍କ ଝିଆରୀକୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ବେଳେ ଭିଡ଼ିଓ ଜବତ ହେଲା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଷ୍ଟେସନ ହାଉସ ଅଫିସର ଡ଼ି.କେ.ତ୍ୟାଗି କହିଛନ୍ତି ।

ସମ୍ବନ୍ଧିତ ଖବର