ସାଙ୍ଗ ସାଜିଲା ଦୁଷ୍କର୍ମକାରୀ ! ଫ୍ରେଣ୍ଡସିପ୍ ଡେ ପାଳନ କରିବାକୁ ଡ଼ାକି ନେଇ ନାବାଳିକାକୁ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ
ଥାନେ : ମହାରାଷ୍ଟ୍ରର ଥାନେରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ରବିବାର ଫ୍ରେଣ୍ଡସିପ୍ ଡ଼େ ଅବସରରେ ଘଟିଛି ଏହି ଘଟଣା । ଫ୍ରେଣ୍ଡସିପ୍ ଡ଼େ ପାଳନ କରିବା ବାହାନାରେ ଜଣେ ୧୬ବର୍ଷିୟ ନାବାଳିକାକୁ ଘରୁ ଡ଼ାକି ନେଇ ତା’ର ଦୁଇ ଜଣ ସାଙ୍ଗ ତା’ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଦୁଇ ଜଣ ଅପରାଧୀକୁ ଗିରଫ କରି ନେଇଛି ଡ଼ୋମ୍ବିଭିଲି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ପୀଡ଼ିତାଙ୍କୁ ତାଙ୍କ ଦୁଇ ଜଣ ସାଙ୍ଗ ଫ୍ରେଣ୍ଡସିପ୍ ଡ଼େ ପାଳନ କରିବା ବାହାନାରେ ଘରୁ ଡ଼ାକି ନେଇଥିଲେ । ଘରୁ ବାହାରିବା ପରେ କୌଣସି ରେସ୍ତୋରାଁ ଯିବା ପରିବର୍ତ୍ତେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇ ଏକ ଜନଶୂନ୍ୟ ଅଞ୍ଚଳରେ ଥିବା ଘରକୁ ନେଇ ଯାଇଥିଲେ । ଦୁଇ ଜଣ ମିଶି ଗଣଦୁଷ୍କର୍ମ କରିବା ସହ କାହାକୁ କହିଲେ ପରିସ୍ଥିତି ଭୟବହ ହେବ ବୋଲି ଧମକ ଦେଇ ଘର ଆଗରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ନିଜ ସହ ହୋଇଥିବା ଅପରାଧର ଅଭିଯୋଗ ଡ଼ୋମ୍ବିଭିଲି ପୁଲିସ ଷ୍ଟେସନରେ କରିଥିଲେ, ଯାହା ପରେ ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।