ସାଙ୍ଗମାନଙ୍କ ସହ ମିଶି ମାସେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବା ସହ ଜିଅନ୍ତା ଜାଳିଲା ପ୍ରେମିକ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡ଼ିତା
ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କ ସହ ହେଉଥିବା ଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉ ନାହିଁ। ପ୍ରଥମେ ହାଇଦ୍ରାବାଦର ମହିଳା ଡାକ୍ତର ଓ ପରେ ଉନ୍ନାଓ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତ୍ରିପୁରାରେ ସାଙ୍ଗମାନଙ୍କ ସହ ମିଶି ମାସେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବା ସହ ନିଜ ପ୍ରେମିକାକୁ ଜିଅନ୍ତା ଜାଳିଛି ପ୍ରେମିକ। ଏଭଳି ଘଟଣା ପରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଏ ନେଇ ପୁଲିସରେ ଖବର ଦିଆଯିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଘଟଣାଟି ଘଟିଛି ଦକ୍ଷିଣ ତ୍ରିପୁରାର ଶାନ୍ତିରବାଜାରରେ। ଅଭିଯୁକ୍ତକୁ ସୋସିଆଲ ମିଡିଆରେ ପୀଡ଼ିତା ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପ୍ରେମ ଜାଲରେ ଫସାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନିଜ ଘରକୁ ଡ଼କାଇ ତାଙ୍କୁ ବନ୍ଧକ ବନାଇ ଦେଇଥିଲେ। ଛାଡ଼ିବା ପାଇଁ ପୀଡ଼ିତାଙ୍କ ଘରକୁ ଫୋନ କରି ୫୦,୦୦୦ଟଙ୍କା ମାଗିବା ସହ ମାସେ ପର୍ଯ୍ୟନ୍ତ ନିଜ ବନ୍ଧୁମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକେ ୧୭,୦୦୦ଟଙ୍କା ଦେଇଥିବା ବେଳେ ପୂରା ଟଙ୍କା ନ ମିଳିବାରୁ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଘଟଣା ପରେ ପୀଡ଼ିତାଙ୍କ ଚିତ୍କାର ଶୁଣି ଅଭିଯୁକ୍ତର ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।