ନିଜର ଇଜ୍ଜତ ବଞ୍ଚାଇବାର ପ୍ରୟାସ କରି ହାରି ଗଲେ ପୀଡ଼ିତା, ଏସିଡ୍‌ ମାଡ଼ କଲେ ଦୁଷ୍କର୍ମ କରିବାକୁ ଆସିଥିବା ଦୁର୍ବୃତ୍ତ

ଭାଗଲପୁର : ଶୁକ୍ରବାର ଭାଗଲପୁର ଜିଲ୍ଲାରେ ଜଣେ ୧୭ବର୍ଷୀୟ ନାବାଳିକା ସହ ଦୁଷ୍କର୍ମର ଉଦ୍ୟମ କରାଯାଇଥିଲା । ଏହାକୁ ପୀଡ଼ିତା ବିରୋଧ କରିବାରୁ ରାଗରେ ଅଭିଯୁକ୍ତମାନେ ସାଥିରେ ଆଣିଥିବା ଏସିଡ୍‌ ପୀଡ଼ିତାଙ୍କ ଉପରେ ଢ଼ାଳି ଦେଇଥିଲେ । ପୀଡ଼ିତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ପୀଡ଼ିତାଙ୍କୁ ପାଟ୍‌ନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି ।

indiatimes.com

ପୁଲିସ ଦେଇଥିବା ସୂଚନା ମୁତାବକ, ୪ଜଣ ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ପଶି ଯାଇଥିଲେ । ଘରେ ପୀଡ଼ିତା ଏବଂ ତାଙ୍କ ମା’ ରହୁଥିବା ବେଳେ ଅଭିଯୁକ୍ତମାନେ ପୀଡ଼ିତାର ମା’ଙ୍କ ମୁଣ୍ଡରେ ବନ୍ଧୁକ ରଖି ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ପୀଡ଼ିତା ରୋକିବାକୁ ଚେଷ୍ଟା କରୁଥିବା ଦେଖି ମୁଖ୍ୟ ଅଭିଯୁକ୍ତ ପ୍ରିନ୍ସ ପୀଡ଼ିତାଙ୍କ ମୁହଁରେ ଏସିଡ୍‌ ଢ଼ାଳି ଦେଇଥିଲେ । ଏବେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରିନ୍ସଙ୍କ ସମତେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ସମ୍ବନ୍ଧିତ ଖବର