ତେଲେଙ୍ଗାନା: ଜଣେ ମହିଳା ଗାଧୋଉଥିବା ବେଳର ଦୃଶ୍ୟକୁ ଜଣେ ୧୭ ବର୍ଷିଅ ନାବାଳକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗରେ ପୁଲିସ୍ ହାତରେ ଧରାପଡ଼ିଛି। ଅଭିଯୁକ୍ତ କରିଥିବା ଭିଡିଓ ରେକର୍ଡିଂକୁ ନିଜ ସାଙ୍ଗମାନଙ୍କ ଭିତରେ ବାଣ୍ଟିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚାତ୍ରିଙ୍କା ପୁଲିସ୍ ଷ୍ଟେସନ୍ର ବିଦ୍ୟା ସାଗର କହିଛନ୍ତି, ‘ଦଶମ ଶ୍ରେଣୀରେ ପଢୁଥିବା ଏକ ପିଲାକୁ ଆମେ ଗିରଫ କରିଛୁୁ।’
ଅଭିଯୋଗ ଅନୁସାରେ, ୨୮ ବର୍ଷୀୟା ମହିଳା ତାଙ୍କ ଗାଧୁଆଘର ଭିତରେ ଗାଧଉଥିଲେ। ମହିଳା ଜଣକ ଗାଧଉଥିବା ବେଳେ ତାଙ୍କ ପଡ଼ିଶା ଘରେ ରହୁଥିିବା ୧୭ ବର୍ଷିଅ ବାଳକ ଜଣକ ସେ ସମୟରେ ଭିଡିଓ ରେକର୍ଡିଂ କରିଥିଲା। ସେହି ଭିଡିଓ କରିବା ପରେ ନାବାଳିକ ଜଣକ ତାହାକୁ ନିଜ ସାଙ୍ଗମାନଙ୍କ ଭିତରେ ବି ବାଣ୍ଟିଥିଲା।
ନାବାଳକ ବିରୋଧରେ ଅଭିଯୋଗ ଆସିବା ପରେ ତାକୁ ନ୍ୟାୟିକ ହେପାଜତରେ ନିଆଯାଇଛି। ନାବାଳକ ଓ ତା’ ସାଙ୍ଗମାନଙ୍କ ମୋବାଇଲ୍ରୁ ଭିଡିଓଟିକୁ ଡିଲିଟ୍ କରି ଦିଆଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି।